ଲଣ୍ଡନରୁ ଗିରଫ ହେଲେ ୧୩ ହଜାର କୋଟି ଟଙ୍କା ଠକେଇର ଫେରାର ନିରବ ମୋଦି

0
101

ଲଣ୍ଡନ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ପୁଲିସ୍‌ ଗିରଫ କରିଛି। ଲଣ୍ଡନରେ ସେ ବୁଲୁଥିବା ବେଳେ ଆଜି ପୁଲିସ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତାଙ୍କୁ ଲଣ୍ଡନର ଏକ କୋର୍ଟରେ ମାର୍ଚ୍ଚ ୨୫ରେ ହାଜର କରାଯିବ। ଏହାପରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ଖବର ପ୍ରକାଶ ପାଇଛି।

ପିଏନ୍‌ବିରୁ ନିରବ ମୋଦି ୧୩ ହଜାର କୋଟି ଟଙ୍କାର ଋଣ ନେଇଥିଲେ। ଏହାକୁ ପରିଶୋଧ କରିବା ପରିବର୍ତ୍ତେ ସେ ଲଣ୍ଡନ ଫେରାର ହୋଇଯାଇଥିଲେ। ସେବେଠାରୁ ତାଙ୍କ ବିରୋଧରେ ସିବିଆଇ ଓ ଇଡି ତଦନ୍ତ ଆରମ୍ଭ କରିଥିଲା।

ଗତ କିଛି ଦିନ ପୂର୍ବେ  ନିରବ ମୋଦିଙ୍କୁ ଲଣ୍ଡନ ରାସ୍ତାରେ ବେଶ ବଦଳାଇ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ନିରବ ମୋଦିଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା । ରେଡ କର୍ଣ୍ଣର ନୋଟିସ ଜାରି କରାଯିବା ପରେ ୱେଷ୍ଟମିନିଷ୍ଟର କୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ତାଙ୍କୁ ଗିରଫ କରିବାକୁ ୱାରେଣ୍ଟ ଜାରି କରିଥିଲେ । ନିରବ ମୋଦିଙ୍କ ଗିରଫ ହେବା ମୋଦି ସରକାରଙ୍କ ସବୁଠୁ ବଡ କୂଟନୈତିକ ସଫଳତା ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here