ରୋଗୀସେବାରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା

0
98

କେନ୍ଦୁଝର:(ସଂଜୀବ ସାହୁ/ ଆଦ୍ୟାଶା ନ୍ୟୁଜ )୧୯୧୦ ମସିହାରୁ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀସେବାରେ ଘୋର ଅବ୍ୟବସ୍ଥା ଫଳରେ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ଦୀର୍ଘ ସମୟ ପରେ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଅବ୍ୟବସ୍ଥା ନେଇ ପ୍ରମାଣ ପ୍ରଦାନ କରିଥିଲେ। ଅଧଘଣ୍ଟା ଧରି ଏହି ଉତ୍ତେଜନା ଲାଗିରହିଥିଲା। ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତଶ୍ରୁତି ପରେ ଉତ୍ତେଜନା କମିଥିଲା।

ସୂଚନା ଅନୁସାରେ ଏହି ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ଝାଡଖଣ୍ଡ, ମୟୂରଭଞ୍ଜ, ସୁନ୍ଦରଗଡ ଅଞ୍ଚଳ ସମେତ ଚମ୍ପୁଆ, ଯୋଡା, ବଡବିଲ ଅଞ୍ଚଳରୁ ଶହ ଶହ ରୋଗୀ ଚିକିତ୍ସା ପାଇଁ ଅସୁଛନ୍ତି। ଉନ୍ନତ ଚିକିତ୍ସା ପ୍ରଦାନ କରିଆସୁଥିବା ଏହି ଚିକିତ୍ସାଳୟରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ହୋଇଆସିଛି ା ଗୁରୁବାର ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ ଯେ, ରୋଗୀଙ୍କୁ ଠିକ ସମୟରେ ଖାଦ୍ୟ ଦିଆଯାଉନଥିବା, ୱାର୍ଡ ରାଉଣ୍ଡ ସମୟ ସକାଳ ୯ଟାରେ ଥିବା ବେଳେ ଡାକ୍ତର ମାନେ ୧୧ଟା ପରେ ରାଉଣ୍ଡ କରୁଥିବା, ସାଲାଇନ ସରି ଯାଉଥିଲେ ମଧ୍ୟ କର୍ମଚାରୀମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏ ସମ୍ପର୍କରେ ଚିକିତ୍ସା ଅଧିକାରୀ କର୍ଣ୍ଣ ରାମ ମହାନ୍ତ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିବା ପରେ ତୁରନ୍ତ ଏପ୍ରତି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here