ରେଲୱେ ସାଇଡିଂ ଯୋଗୁ ବଢୁଛି ପ୍ରଦୂଷଣ,

0
86

କେନ୍ଦୁଝର (ସଂଜୀବ ସାହୁ/ ଆଦ୍ୟାଶା ନ୍ୟୁଜ) :କେନ୍ଦୁଝର ଜିଲ୍ଲାରେ ବେଆଇନ ରେଲୱେ ସାଇଡିଂ ଯୋଗୁ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବା ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରଦୂଷଣ ନିୟମ ଉଲ୍ଲଂଘନ କରି ସମଗ୍ର କେନ୍ଦୁଝର ଜିଲ୍ଲାରେ ଏକାଧିକ ରେଲୱେ ସାଇଡିଂ ଚାଲୁଥିବା ବେଳେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାନୁଷ୍ଠାନ ବଦଳରେ ଚୁପ୍ ରହୁଥିବା ସାଧାରଣରେ ଅଭିଯୋଗ ହୋଇଛି । ଏ ନେଇ ପ୍ରଶାସନିକ ସ୍ତରରେ ସତର୍କତା ଦୃଷ୍ଟି ଦିଆଯାଇ ନଥିବାରୁ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲାରେ ପ୍ରାୟ ୧୦ରୁ ଊଦ୍ଧ୍ୱର୍ ରେଲୱେ ସାଇଡିଂ ଥିବାବେଳେ ଶତାଧିକ ଷ୍ଟକ୍ୟାର୍ଡ ରହିଛି । ହାତଗଣତି କେତୋଟି ଆଇନ ଅନୁଯାୟୀ କାର୍ଯ୍ୟକ୍ଷମ ଥିବା ବେଳେ ଅଧିକାଂଶ ବେଆଇନ ଭାବେ ଚାଲୁଥିବା ଅଭିଯୋଗ ହେଉଛି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସାଇଡିଂ ଚାରିପାଖରେ ୩ ମିଟର ଉଚ୍ଚର ପାଚେରୀ ନିର୍ମାଣ କରିବା, ପାଣି ସିଞ୍ଚନ କରିବା, ବୃକ୍ଷ ରୋପଣ କରିବା ଏବଂ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଅନେକ ନିୟମ ରହିଛି । ସବୁ ନୀତିନିୟମ ପାଳନ କରିବାପରେ ରେଲୱେ ସାଇଡିଂକୁ ଅନୁମତି ମିଳିବା କଥା । ପୂର୍ବରୁ ରେଲୱେ ସାଇଡିଂ ଗୁଡିକର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବା ବେଳେ ୨୦୦୮ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏନେଇ ସ୍ୱତନ୍ତ୍ର କ୍ଷମତା ମିଳିଥିଲା । ବିନା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ରରେ ରେଲୱେ ସାଇଡିଂ ଗୁଡିକୁ ଟ୍ରେଡିଂ ଲାଇସେନ୍ସ ମିଳିବା ନିୟମ ନଥିବା ବେଳେ ରେଲୱେ ସାଇଡିଂ କିଭଳି ଚାଲିଛି ତାହା ତଦନ୍ତ ସାପେକ୍ଷ ।
ସେହିପରି ବର୍ଷା ହେଲେ ଲୁହାଗୁଣ୍ଡ ପାଣିରେ ମିଶି ଜମି, ନଦୀ, ନାଳ ଆଦି ଲାଲ ହୋଇଯାଉଛି । ଷ୍ଟକ୍ୟାର୍ଡ ଗୁଡିକ ଚାଲୁଥିବା ଜମିର କିସମ ପରିବର୍ତ୍ତନ ନକରି ଚାଷଜମିକୁ ବ୍ୟବସାୟିକ କାମରେ ଲଗାଯାଉଥିଲେ ମଧ୍ୟ ରାଜସ୍ୱ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସାଧାରଣରେ କୁହାଯାଇଛି । ସାଇଡିଂ ଜାତୀୟ ରାଜପଥ ସନ୍ନିକଟ ଏବଂ ରେଳ ଷ୍ଟେସନ ନିକଟରେ ଥିବାରୁ ଜନବସତି, ଚାଷଜମି, ଜଳାଶୟ, ଯାତ୍ରୀ ରହଣିସ୍ଥଳ ଏବଂ ରାଜରାସ୍ତା ନିକଟରେ ସାଇଡିଂକୁ ଅନୁମତି ନଦେବାକୁ ଦାବି ହେଉଛି । ଟ୍ରେନ୍ ମାଧ୍ୟମରେ ଲୁହାପଥର ଗୁଣ୍ଡ ପରିବହନ ସମୟରେ ୱାଗନ ଉପରେ ଢଙ୍କା ଯାଇ ପରିବହନ ହେବା କଥା । ମାତ୍ର ଏପରି ନହୋଇ ପରିବହନ ଦେଉଥିବା ଅଭିଯୋଗ ହେଉଛି । ତେବେ ରେଲ୍ୱେ ଷ୍ଟେସନକ ଆସୁଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖଈନ ହେଉଥିବା ବେଳେ ପ୍ରତୀକ୍ଷାଳୟ ଧୂଳିରେ ଜମି ରହୁଛି । ଜମି, ବୃକ୍ଷଲତାରେ ଲୁହାପଥର ଗୁଣ୍ଡି ପଡୁଥିବାରୁ ଗୃହପାଳିତ ପଶୁ କଳାଗୁଣ୍ଡି ପଡିଥିବା ଘାସ ଏବଂ ପତ୍ର ଖାଇ ପ୍ରଦୂଷଣର ଶୀକାର ହେଉଛନ୍ତି । ଫଳରେ ବିଭିନ୍ନ ରୋଗାକ୍ରାନ୍ତ ହୋଇ ପାଳକ ମାନଙ୍କୁ କ୍ଷତି ପହଞ୍ଚାଉଛି । ଏଥିସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here