ରେଙ୍ଗାଲି କେମ୍ପ ଠାରୁ ଥୁଆପାଲି ରାସ୍ତା ଅବସ୍ଥା ଶୋଚନୀୟ

0
112

ଭେଡେନ ( ଭବାନୀ ପାଢୀ / ଆଦ୍ୟାଶା ନ୍ୟୁଜ ) -ଜାତୀୟ ରାଜପଥ ୫୩ ନମ୍ବର ରେଙ୍ଗାଲି କେମ୍ପ ଠାରୁ ଥୁଆପାଲି ରାସ୍ତା ଟି ବରଗଡ ଜିଲ୍ଲା ଅତାବିରା ବ୍ଲକ ଓ ଭେଡେନ ବ୍ଲକ ଅଂଚଳ ର ମୁଖ୍ୟ ରାସ୍ତା ଅଟେ, ଅତି ଶୋଚନୀୟ ହୋଇ ରହିଛି। ପ୍ରତି ଦିନ ଏହି ରାସ୍ତା ଦେଇ ଶହଶହ ଗାଡି, ମଟର, ଯାନବାହାନ ଯିବା ଆସିବା କରେ ,ଏହା ସହିତ ପ୍ରତିଦିନ ଛାତ୍ରଛାତ୍ରୀ ମାନେ ସାଇକେଲ ଯିବା ଆସିବା କରିଥାନ୍ତି ,ଫଳ ରେ ଅନେକ ସମୟରେ ଦୁର୍ଘଟଣା ସମ୍ମୁଖୀନ ହୁଅନ୍ତି। ଏହା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ସାମିଲ ହୋଇ ଥିଲେ ବି ତିଆରି ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ମରାମତି ହୋଇ ନାହିଁ। କଂକ୍ରିଟ୍ ଫାଟି ରାସ୍ତା ଉଭୟ କଡ ବର୍ଷା ରେ ଧୋଇ ହୋଇ ମାଟି ଖାଇ ଗଲାଣି, ରାସ୍ତା କଡ଼ରେ ବଡ ବଡ ଖାଲ ରହିଛି, ସାମନା ପଟରୁ ଯାନବାହନ ଆସିଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଅଣଓସାରିଆ ହୋଇ ଥିବାରୁ ଦୁର୍ଘଟଣା ଘଟି ଥାଏ। ଏହି ରାସ୍ତା ଟି ମରାମତି ହୋଇ ତାହାସହିତ ଦୁଇ ଥାକିଆ ରାସ୍ତା ତିଆରି କରିବାକୁ ଅଞ୍ଚଳର ଜନସାଧାରଣଙ୍କ ଦାବୀହେଉଛି। ସରକାର ଜନସାଧାରଣଙ୍କ ସୁବିଧା ପାଇଁ ସରକାରୀ ଅନୁଦାନ ଆବଶ୍ୟକ ହୋଇ ପଡିଛି।

LEAVE A REPLY

Please enter your comment!
Please enter your name here