ରାୟଗଡ଼ା , ପୋଲ ତଳୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

0
79

ରାୟଗଡ଼ା (ଆଦ୍ୟାଶା ନ୍ୟୁଜ)–  : ରାୟଗଡ଼ା ଜିଲା ମୁନିଗୁଡ଼ା ବଂଶଧାରା ପୋଲ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଏକ ବିଦ୍ୟାଳୟର  ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ ବୋଲି ଜଣାପଡ଼ିଛି। ତାଙ୍କ ମୃତଦେହ ନିକଟରେ ତାଙ୍କ ବାଇକ ପଡ଼ିଥିବା ଦେଖାଯାଇଛି। ସୂଚନା ଯୋଗ୍ୟ, ପୋଲ ତଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ବ୍ୟକ୍ତିଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here