ରାଜ୍ୟର ସର୍ବକନିଷ୍ଠ ୱେବ ଡିଯାଇନର ଙ୍କୁ ଭେଟିଲେ , ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ

0
65

ଦେବଗଡ଼ –  (ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ ) ଦେବଗଡ଼ ଶିଶୁ ବିଦ୍ୟାମନ୍ଦିର ର ସପ୍ତମ ଶ୍ରେଣୀରେ ପଢ଼ୁଥିବା ୧୨ ବର୍ଷୀୟ ଛାତ୍ର ଆୟୁଷ ରଞ୍ଜନ ରାଉତ ,  ହେଉଛନ୍ତି ରାଜ୍ୟର ସର୍ବକନିଷ୍ଠ ୱେବ ଡିଯାଇନର । ସେ ଆଦ୍ୟାଶା ୱେବ ପୋର୍ଟାଲ , ଏ ଏନ ଏସ ଆଦି ୱେବ ଡିଜାଇନ କରି ନିଜର ପାରଦର୍ଶିତା ପ୍ରତିପାଦନ କରି ସାରିଛନ୍ତି । ଏଇଥିପାଇଁ ସେ କୌଣସି ବୈଷୟିକ ଶିକ୍ଷା ଗ୍ରହଣ କରି ନାହାନ୍ତି । ଏ ବିଷୟରେ ସୂଚନା ପାଇ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶି ଲାଲ ଆୟୁଷ ଙ୍କୁ ତାଙ୍କ ଭୁବନେଶ୍ୱର ରେ ଥିବା ରାଜଭବନ ରେ ସାକ୍ଷାତ କରିଥିଲେ । ଏ ବିଷୟରେ ସୂଚନା ପାଇ ସମ୍ବଲପୁର ସାଂସଦ ଶ୍ରୀ ନିତେଶ ଗଙ୍ଗଦେଵ ଆଜି ରବିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ତାଙ୍କର ଦେବଗଡ଼ ସ୍ଥିତ ରେ ଭେଟିଥିଲେ । ଆୟୁଷ ତାଙ୍କ ନିର୍ବାଚନ ମଣ୍ଡଳୀର ସର୍ବକନିଷ୍ଠ ୱେବ ଡିଯାଇନର ବୋଲି ଜାଣି ନିଜ ଖୁସି ବ୍ୟକ୍ତ କରିବାସହିତ , ତାଙ୍କ ବାସଭବନ ରେ ଥିବା ସମସ୍ତ ବ୍ୟକ୍ତି ବିଶେଷ ଓ କର୍ମଚାରୀ ଙ୍କୁ ନିଜ ହାତରେ ମିଠା ବଣ୍ଟନ କରିଥିଲେ । ଏହି ଖୁସି ଅବସର ରେ ଶ୍ରୀ ଆୟୁଷ ଙ୍କ ସମେତ ତାଙ୍କ ସାନ ଭଉଣୀ ଆଦ୍ୟାଶା ଓ ପିତା ମାତା ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here