ରାଜ୍ୟପାଳ ଙ୍କୁ ଭେଟିଲେ କନିଷ୍ଠ ୱେବ ଡିଯାଇନର ଆୟୁଷ

0
57

ଦେବଗଡ଼ (ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ):ଦେବଗଡ଼ ସରସ୍ୱତୀ ଶିଶୁମନ୍ଦିର ର ସପ୍ତମ ଶ୍ରେଣୀ ଛାତ୍ର ଶ୍ରୀ ଆୟୁଷ ରଞ୍ଜନ ରାଉତ , ପିତା , ସରୋଜ କୁମାର ରାଉତ , ମାତା ରଶ୍ମିତା ରାଉତ ଙ୍କ କୂଳନନ୍ଦନ ଶ୍ରୀ ଆୟୁଷ ହେଉଛନ୍ତି ଆମ ରାଜ୍ୟର ସର୍ବ କନିଷ୍ଠ ୱେବ ଡିଯାଇନର । ସେ କୌଣସି ତାଲିମ ନ ନେଇ କମ୍ପୁଟର ମାଧ୍ୟମରେ ବିଭିନ୍ନ ପ୍ରକାର ୱେବ ଡିଜାଇନ କରି ପାରୁଛନ୍ତି । ତାଙ୍କର ଏହି ପ୍ରତିଭା ବିଷୟ ରେ ସୂଚନା ପାଇ , ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଆୟୁଷ ଙ୍କୁ ସାକ୍ଷାତକାର ପାଇଁ ନିଜ ଭୁବନେସ୍ୱର ସ୍ଥିତ ରାଜଭବନ କୁ ଡକେଇଥିଲେ । ଆୟୁଷ ଙ୍କୁ ୱେବ ବିଷୟ ରେ ବିଭିନ୍ନ ପ୍ରଶ୍ନ କରିଥିଲେ ଓ ଆୟୁଷ ନିର୍ବିଘ୍ନ ଭାବରେ ସମସ୍ତ ପ୍ରଶ୍ନ ର ଉତ୍ତର ସଠିକ ଭାବରେ ଦେଇଥିବାରୁ ମହାମହିମ ରାଜ୍ୟପାଳ ଶ୍ରୀ ଆୟୁଷ ଙ୍କୁ ଖୁସିରେ କୋଳାଗ୍ରତ କରିଥିଲେ ।

ଏହି ବିଶେଷ ମୁହୂର୍ତ୍ତରେ ତାଙ୍କ ସହିତ ତାଙ୍କର ପିତା , ମାତା ଓ ସାନ ଭଉଣୀ ଆଦ୍ୟାଶା ରାଉତ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଭବିଷ୍ୟତ ରେ ସରକାର ଯଦି କିଛି ସାହାଯ୍ୟ କରନ୍ତି ତେବେ ସେ ଆଦ୍ୟାଶା ୱେବ ସୋଲୁସନ ନାମରେ ଏକ ଟ୍ରେନିଂ ସେଣ୍ଟର ଖୋଲିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ତାଙ୍କର ଏହି ପାରଦର୍ଶିତା ପାଇଁ ତାଙ୍କୁ ଦେବଗଡ଼ ଜିଲ୍ଲା ପାଳ , ଶ୍ରୀ ସୁଧାଂଶୁମୋହନ ସାମଲ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଏବଂ ଅନ୍ୟାନ୍ୟ ମହଲ ରୁ ଶୁଭେତ୍ସା ର ବାର୍ତା ଛୁଟୁଥିବା ପରିଲିଖିତ ହେଉଅଛି ।

 

 

 

 

 

LEAVE A REPLY

Please enter your comment!
Please enter your name here