ରାଗରେ ରାବଣ ମରିଲା; ପତ୍ନୀ ଦୁଇ ଝିଅ ଙ୍କୁ ବଞ୍ଚାଇବାକୁ ଯାଇ ସାନଭାଇର ତିର ମାଡ଼ରେ ବଡ଼ଭାଇ ଗୁରୁତର

0
37

କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ| ନିଉଜ): କେନ୍ଦୁଝର ଘଟଗାଁ ବ୍ଲକ ପିପିଳିଆ ଥାନା ପିପିଳିଆ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି।ଘରଇ କଳିକୁ ନେଇ ସାନଭାଇର ତୀର ମାଡ଼ରେ ବଡ଼ ଭାଇର କାଖ ସନ୍ଧିରେ ପସି ଯିବାରୁ ବଡ଼ ଭାଇ ଗୁରୁତର ହୋଇଛନ୍ତି।ମିଳିଥିବା ସୂଚ଼ନାଯାୟୀ ରବିବାର ସନ୍ଧ୍ୟା ୬ଟାବେଳେ ବଡ଼ଭାଇ ଶୁକୁରା ମୁଣ୍ତା(୨୫) ନିଜର ସାନ ଭାଇ ବାବୁଲା ମୁଣ୍ତା(୧୮)ଙ୍କ ଭାଇ ବହୁ ଙ୍କ ସହିତ କୈାଣସି କାରଣ ରୁ ଝଗଡ଼ କରୁଥିଲା।ହଠାତ ଶୁକୁରା କ୍ରଧ ବଶତ ଉତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ଉପରକୁ ଘରେ ରଖିଥିବା ଧନୁ ତୀର ବାହାରକରି ମାରିବାକୁ ଉଦ୍ୟମ କରୁଥିବାବେଳେ ତାଙ୍କ ସ୍ବାମୀ ଦେଖି ସ୍ତ୍ରୀ ଦୁଇ ଝିଅ ଙ୍କୁ ବଞ୍ଚାଇବାକୁ ତାଙ୍କ ଆଗରେ ଛିଡାଥିଲେ।ଶୁକୁରା ଧନୁ ତୀର ଚ଼ଳାଇ ଦେବାରୁ ବଡ଼ ଭାଇ ର କାଖ ସନ୍ଧିରେ ପୋଶି ଯାଇଥିଲା।ଫଳରେ ସେ ରକ୍ତାକ୍ତ କ୍ଷତ ବିକ୍ଷତ ହୋଇ ତଳେ ପଡ଼ିଯାଇଥିଲେ।ପରିବାର ଲୋକେ ଗୁରୁତର ଅବସ୍ଥାଦେଖି ୧୦୮ ଆମ୍ବୁଲାନ୍ସ ଫୋନ କରିଥିଲେ।ସେଠାରେ ଆମ୍ବୁଲାନ୍ସ ପହଞ୍ଚି ବାବୁଲା ଙ୍କୁ ଆଣି କେନ୍ଦୁଝର ମୁଖ୍ୟଚ଼କିତ୍ସାଳରେ ଭର୍ତ୍ତୀ କରିଛି।

LEAVE A REPLY

Please enter your comment!
Please enter your name here