ରାଉରକେଲାରେ ବିଶ୍ଵକପ୍‌ ବେଟିଂ ; ୩୧ ଲକ୍ଷ ଟଙ୍କା, ୧୫ ମୋବାଇଲ ଜବତ

0
59

ରାଉରକେଲା (ଆଦ୍ୟାଶା ନ୍ୟୁଜ /ରବୀନ୍ଦ୍ର କରିହାଲି ): ବିଶ୍ୱକପ୍‌ କ୍ରିକେଟ୍‌ ନେଇ ସହରରେ ଚାଲିଥିବା ସଟ୍ଟା ଖେଳ ଓ ଏଥିରେ ଲାଗୁଥିବା ଲକ୍ଷାଧିକ ବାଜିର ପର୍ଦ୍ଦାଫାଶ ହୋଇଛି। ସୋମବାର ବିଳମ୍ବିତ ରାତିରେ ରାଉରକେଲା ମୁଖ୍ୟ ବଜାର ଜନତା ନିବାସ ଗଳିରେ ପ୍ଲାଣ୍ଟସାଇଟ ପୋଲିସ ପକ୍ଷରୁ ଚଢ଼ାଉ ସମୟରେ ସେଠାରେ ଏ ଭଳି ଖେଳ ଚାଲିଥିବା ସାମ୍ନାକୁ ଆସିଥିଲା। ଏହି ଚଢ଼ାଉରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୩୧ ଲକ୍ଷ ଟଙ୍କା, ୧୭ ମୋବାଇଲ, ୩ କାଲ୍‌କୁଲେଟର ଜବତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କ୍ରିକେଟ ବେଟିଂ ନୂଆ ଘଟଣା ନୁହେଁ। ପୂର୍ବରୁ ଜୟପୁର ଏବଂ ବ୍ରହ୍ମପୁରରେ କ୍ରିକେଟ ବେଟିଂ ଚାଲିଥିବା ନଜିର ରହିଛି। ଏହି ସଟ୍ଟା ବଜାରରେ କୋଟି କୋଟି ଟଙ୍କା ବାଜିରେ ଲାଗୁଛି। ଏହା ଏକ ଅପରାଧ ହୋଇଥିଲେ ପୁଲିସ ଏଥିରେ ରୋକ ଲଗାଇବାରେ ସଫଳ ହୋଇପାରୁ ନାହିଁ।

LEAVE A REPLY

Please enter your comment!
Please enter your name here