ରଜରେ ଉତ୍ସବମୁଖର ପୁରପଲ୍ଲୀ

0
72

ଭୁବନେଶ୍ୱର : ରଜ , ଓଡ଼ିଶାର ଏହି ଗଣପର୍ବ ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଘରେ ଘରେ ପିଠା ଓ ମିଠାର ଆସର। ଝିଅ ବୋହୂ ରଜ ଦୋଳି ଖେଳ ସାଙ୍ଗକୁ ମିଠା ପାନର ମଜା ନେଉଛନ୍ତି। ରଜ ଅବସରରେ ଦୋଳି, ପାନ, ଝୋଟି ଓ ହୁଳୁହୁଳି ଆଦି ପ୍ରତିଯୋଗିତାର ମଧ୍ୟ ଆୟୋଜନ ହେଉଛି।  ୩ ଦିନ ଧରି ସାରା ରାଜ୍ୟରେ ଚାଲିବ ରଜ ମଉଜ। ଝିଅମାନେ ହାତରେ ମେହେନ୍ଦୀ, ପାଦରେ ଅଳତା ଲଗାଇ ସଜେଇ ହୋଇ ରଜ ପର୍ବ ପାଳୁଛନ୍ତି। ଏହାସହ ଦୋଳି ଖେଳର ଭରପୁର ମଜା ନେଉଛନ୍ତି ସମସ୍ତେ । ଘରେ ଘରେ ପିଠାପଣାର ଆସର। ଦୋଳି ଖେଳର ମଜା ନେଉଛନ୍ତି ପିଲାଠୁ ବୟସ୍କ।

 

 

LEAVE A REPLY

Please enter your comment!
Please enter your name here