ରଙ୍ଗ ମାଟିଆ ଶିଶୁ ହତ୍ୟା କୁ ନେଇ , ବିରୋଧୀ ଙ୍କୁ ଘେରିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାସଙ୍କର

0
113

ଦେବଗଡ଼:(ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ) ଆଉ କେଇଟା ଦିନ ପରେ ସାଧାରଣ ନିର୍ବାଚନ । ଏହି ନିର୍ବାଚନ କୁ ନେଇ , ଆଗ ଧାଡ଼ିର ତିନୋଟି ପ୍ରମୁଖ ରାଜନୈତିକ ଦଳ , ଯଥା କଂଗ୍ରେସ , ବିଜେପି ଓ ବିଜେଡି ନିଜର ବିଜୟ ପାଇଁ , ଲୋକଙ୍କ ମନ ଜିନିବାପାଇଁ ପ୍ରାଣ ପଣେ ଚେଷ୍ଟା କରୁଛନ୍ତି । କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଉମାସଙ୍କର ସାହୁ ଗତ କାଲି ରାତ୍ର ୧୦ ଘଟିକା ସମୟରେ ଦେବଗଡ଼ ସହରର ମଧ୍ୟସ୍ଥଳୀ ଗୋପବନ୍ଧୁ ଛକ ଠାରେ ଏକ ସଭାର ଆୟୋଜନ କରିଥିଲେ । ଏହି ସଭାରେ , ଶ୍ରୀ ସାହୁ , ୧୪ ,ବର୍ଷତଳେ ଦେବଗଡ଼ ଜିଲ୍ଲା ତିଳେଇବଣୀ ବ୍ଲକ ର ରଙ୍ଗମାଟିଆ ଗ୍ରାମରେ ଚାରୋଟି ନିଷ୍ପାପ ଶିଶୁଙ୍କୁ ହତ୍ୟା କରାଯାଇଥିବା ଘଟଣା କୁ ନେଇ ସେ ସମୟ ର ମିଳିତ ସରକାର ବିଜେପି ଓ ବିଜେଡି କୁ ଭର୍ଛନା କରିବା ସହିତ ଏଥିରେ ବିରୋଧୀ ବିଜେପି ଦଳ ର ଚାପ ଯୋଗୁଁ ପ୍ରକୁତ ଦୋଷୀ ଆଇନ ପରିସର କୁ ଆସି ପାରିଲା ନାହିଁ ବା ଦଣ୍ଡ ପାଇ ପାରିଲା ନାହିଁ । ଏହି ଘଟଣା କୁ ନେଇ ଶ୍ରୀ ସାହୁ ସେ ସମୟ ରେ ବାରମ୍ବାର ଆନ୍ଦୋଳନ ଓ ଆତ୍ମାହୁତି ଦେବାର ଉଦ୍ୟମ କରିଥିଲେ ଯାହା ଫଳରେ ଦେବଗଡ଼ ପ୍ରଶାସନ ବାଧ୍ୟ ହୋଇ ମିଛପ୍ରତିଶ୍ରୁତି ଦେଇଥିଲା ପ୍ରକୁତ ଦୋଷୀ କୁ ଦଣ୍ଡ ଦିଆଯିବ ବୋଲି । କିନ୍ତୁ ଆଜି ଉକ୍ତ ଘଟଣା କୁ ୧୪ ବର୍ଷ ବିଟିଯାଇଥିଲେବି ପ୍ରକୁତ ଦୋଷୀ ଧରା ହେଇ ପାରିଲା ନାହିଁ କି ନିଷ୍ପାପ ଶିଶୁଙ୍କ ଆତ୍ମା ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇ ପାରିଲା ନାହିଁ ବୋଲି କ୍ଷୋଭ ର ସହିତ ଜନତାଙ୍କ ପାଖରେ ମତ ବ୍ୟକ୍ତ କରିବା ସହିତ ଆଗାମୀ ନିର୍ବାଚନରେ ଦେବଗଡ଼ ବାସୀ ଏହାର ଜବାବ ଦେବେ ବୋଲି କହିଥିଲେ । ଏହି ସଭାରେ ଶ୍ରୀ ସାହୁଙ୍କ ସହିତ , ସମ୍ବଲପୁର ସାଂସଦ ପ୍ରାର୍ଥୀ ଶ୍ରୀ ଶରତ ପଟ୍ଟନାୟକ , ମଞ୍ଜୁଲ ନାଏକ , ଶ୍ରୀ ବହିଦାର ମୋହଦୟ ମଂଚଆସିନ ଥିଲେ ।

LEAVE A REPLY

Please enter your comment!
Please enter your name here