ଯୋଡା : ବାଚ୍ୟୁ ହାଟିଂରେ ନୂତନ ରେଳ ଷ୍ଟେସନ ନିର୍ମାଣ ନିମନ୍ତେ କ୍ଷେତ୍ର ପରିଦର୍ଶନ

0
109

କେନ୍ଦୁଝର (ସଂଜୀବ ସାହୁ/ ଆଦ୍ୟାଶା ନ୍ୟୁଜ): ଯୋଡା ପୌରାଞ୍ଚଳ ଅନ୍ତର୍ଗତ ୬ନଂ ୱାର୍ଡ ବାଚ୍ୟୁ ହାଟିଂରେ ଏକ ଯାତ୍ରୀବାହୀ ରେଳ ଷ୍ଟେସନ ନିର୍ମାଣ ନିମନ୍ତେ ଗୁରୁବାର ଦିନ ପୂର୍ବାହ୍ନରେ ଦକ୍ଷୀଣ ପୂର୍ବ ରେଳ ବିଭାଗର ଡିଭିଜନାଲ ଟ୍ରାଫିକ ଇନିସପେକ୍ଟର ବି.କେ. ସିଂ ଏବଂ ଷ୍ଟେସନ ମ୍ୟାନେଜର ଜି.କେ. ସାହୁ ପ୍ରମୁଖ ପରିଦର୍ଶନ କରି ଫେରିଥିବା ଜଣାପଡିଛି । ଗୁରୁବାର ଦିନ ପରିଦର୍ଶନ ସମୟରେ ଚମ୍ପୁଆ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ଯୋଡା ବିକାଶ ପରିଷଦର କର୍ମକର୍ତ୍ତା, ଯୋଡା ସାମ୍ବାଦିକ ସଂଘ ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ବାଂଶପାଣୀ ଏକ ମାଲବାହୀ ଷ୍ଟେସନ ହୋଇଥିବା ବେଳେ ସେଠାରେ ଅତ୍ୟଧିକ ପ୍ରଦୂଷଣ ଜନୀତ କାରଣ ଏବଂ ବାଂଶପାଣି ଷ୍ଟେସନଟି ଯୋଡା ମୁଖ୍ୟ ସହର ଠାରୁ ୭ କି.ମି. ଦୂରରେ ଅବସ୍ଥିତ ହୋଇଥିବା ବେଳେ ଅତ୍ୟଧିକ ମାତ୍ରାରେ ଖଣିଜ ପରିବହନ ଯୋଗୁଁ ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥାଏ । ଏଥିପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହାର ସୁଯୋଗରେ କିଛି ଅଟୋ ବ୍ୟବସାୟୀ ଚଢା ଦରରେ ଭଡା ଅସୁଲ କରୁଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ । ଫଳରେ ଦୀର୍ଘ ଦିନରୁ ବାଚୁ୍ୟ ହାଟିଂ ଠାରରେ ଏକ ନୂତନ ରେଳ ଷ୍ଟେସନ ନିର୍ମାଣ ନିମନ୍ତେ ଜନସାଧାରଣ ଦାବି କରୁଆସୁଥିଲେ । ଏହାକୁ ରେଳ ବିଭାଗ ବିଚାରକୁ ନେଇ କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି । ଟ୍ରାଫିକ୍ ଇନିସପେକ୍ଟର ବି.କେ. ସିଂ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ସେ ଏ ସଂକ୍ରାନ୍ତରେ ସମସ୍ତ ସକରାତ୍ମକ ରିପୋର୍ଟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ପ୍ରଦାନ କରିବେ । ଏହି ନୂତନ ରେଳ ଷ୍ଟେସନ ନିର୍ମାଣ ହେଲେ ଯୋଡା ସହର ଠାରୁ ମାତ୍ର ୫ଶହ ମିଟର ଦୂରରେ ଅବସ୍ଥିତ ଥିବା ବେଳେ ସହରର ୫ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀ ଏଥିରେ ଉପକୃତ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here