ଯୁବକ ର ମୃତ ଦେହ ଠାବ , ଅଂଶୁଘାତ ସନ୍ଦେହ !

0
110

ଦେବଗଡ଼ , ( ରିପୋର୍ଟ , ଆଲୋକ ପ୍ରସାଦ – ଆଦ୍ୟାଶା ନ୍ୟୁଜ ) ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମେଡିକାଲ ଷ୍ଟାଫ କଲୋନୀ ରୁ ଜଣେ ଯୁବକର ମୃତ ଦେହ ଠାବ ହୋଇଛି । ଯାହାକି ଅଂଶୁଘାତ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ବଳୀରୁ ଯାହା ଜଣା ପଡେ ବାରକୋଟ ବ୍ଲକ ଚନ୍ଦନଖୁଣ୍ଟି ଗ୍ରାମର ହୃଷିକେଶ ପ୍ରଧାନ(୩୮) ପିତା ଦେବାଧି ସ୍ୱର ପ୍ରଧାନ , ସେ ସୋମବାର ଦିନ ୧୦ ଘଟିକା ସମୟରେ ଗ୍ରାମ କଡ଼ରେ ବେହୋସ ହୋଇ ପଡ଼ିଥିବା ଦେଖି କେହି ସ ହୃଦୟ ବ୍ୟକ୍ତି ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ପଠେଇଥିଲେ । କିନ୍ତୁ ସେ କିଛି ସମୟ ପରେ କାହାରିକୁ କିଛି ନ ଜଣେଇ କେଉଁ ଆଡେ ଚାଲିଯାଇଥିଲେ । ଏ ବିଷୟରେ ମୃତକ ହୃଷିକେଶ ଙ୍କ ବାପା ଖବର ପାଇ ପୁଅ କୁ ଖୋଜି ଖୋଜି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ପହଞ୍ଚିଥିଲେ । କିଛି ସମୟପରେ କେହିଜଣେ ତାଙ୍କୁ , ଜଣେ ଯୁବକ ର ମୃତଦେହ ହସ୍ପିଟାଲ ଷ୍ଟାଫ କଲୋନୀ ରେ ପଡିଛି ବୋଲି ଖବର ଦେଇଥିଲେ । ସେ ଆସି ମୃତଦେହ ଚିନ୍ହଟ କରିଥିଲେ ଓ ତାଙ୍କ ପୁଅ ର ହାପର ରୋଗ ଥିଲା ବୋଲି ପ୍ରକାଶ କରିଥିଲେ । ସ୍ଥାନୀୟ ପ୍ରତକ୍ଷଦର୍ଶୀ ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଥାଇ ପାରେ ବୋଲି କହିଛନ୍ତି । ଦେବଗଡ଼ ପୋଲିସ ଘଟଣାସ୍ଥଳ ରେ ପହଂଚି ମୃତଦେହକୁ ଜବତ କରି , ତଦନ୍ତ ଚଳେଇଥିବାବେଳେ , ଆସନ୍ତାକାଲି ଶବ ବ୍ୟବଛେଦ ପରେ ସତ୍ୟା ସତ୍ୟ ଲୋକଲୋଚନ କୁ ଆସିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here