ଯୁବକର ଗଳିତସବ ଉଦ୍ଧାର , ହତ୍ୟା ସନ୍ଦେହ !

0
176

ଦେବଗଡ଼ (ରିପୋର୍ଟ ଆଲୋକ ପ୍ରସାଦ / ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲା ତିଳେଇବନି ବ୍ଲକ ଅଧିନସ୍ଥ କଂସର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳୁଣୀପଡା ଗ୍ରାମରେ ଥିବା ପତର ଫଡ଼ି ବୁଦା ନିକଟରୁ ଜଣେ ଯୁବକ ର ଗଳିତ ଶବ ଉଦ୍ଧାର କରାଯାଇଛି ।

ଏହି ମୃତକ ଜଣକ ହେଉଛନ୍ତି ମନୋଜ ମହାନନ୍ଦ । ପିତା ବାଳ କୃଷ୍ଣ ମହାନନ୍ଦ । ଘଟଣା କ୍ରମରୁ ଜଣା ପଡେ ମନୋଜ ୫ ଦିନ ହେବ ଘରୁ ନିଖୋଜ ଥିଲେ । ଆଜି ସକାଳୁ କିଛି ଗ୍ରାମବାସୀ ପାଳୁଣୀପଡା ନିକଟରେ ଥିବା ପତର ଫଡ଼ି ବୁଦା ନିକଟରୁ ଦୁର୍ଗନ୍ଧ ଆସୁଥିବା ଜାଣି , ପାଖକୁ ଯାଇ କୌଣସି ଯୁବକ ର ଗଳିତ ଶବ ପଡିଥିବା ଦେଖିବାକୁ ପାଇଥିଲେ । ଓ ପରେ ଏହା ମନୋଜ ର ମୃତଦେହ ବୋଲି ଚିନ୍ହଟ କରିବା ସହିତ କୌଣସି ପ୍ରେମ ସମ୍ପର୍କ କୁ ନେଇ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଅଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରିଆମାଲ ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବ ଜବତ କରିବାସହିତ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଚାଲୁ ରଖିଛି ।

LEAVE A REPLY

Please enter your comment!
Please enter your name here