ଯଦି ଲଢିବି ନୟାଗଡରୁ ନଚେତ୍ ଦଳ ଛାଡିବି – ପ୍ରତ୍ୟୁଷା ରାଜେଶ୍ୱରୀ

0
129

ଭୁବନେଶ୍ୱର (ରଶ୍ମିତା ରାଉତ /ଆଦ୍ୟାଶା ନ୍ୟୁଜ) : ବିଜେଡିର କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଯୋର ଧରିଛି । ଏହାରି ଭିତରେ ପ୍ରତ୍ୟୁଷା ରାଜେଶ୍ୱରୀ  ଆଦ୍ୟାଶା ନ୍ୟୁଜ ର ସମ୍ପାଦିକା ରଶ୍ମିତା ରାଉତ ଙ୍କୁ ପ୍ରତିକ୍ରିୟାରେ କହିଛନ୍ତି, ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସେ ନୟାଗଡ ବିଧାନସଭାରୁ ଲଢିବା ପାଇଁ ଆଗ୍ରାହୀ ଅଛନ୍ତି । ଏନେଇ ସେ ନବୀନଙ୍କୁ ଜଣାଇଛନ୍ତି । ଯଦି ବିଜେଡିରୁ ସୁଯୋଗ ନମିଳେ ତେବେ ସେ ଅନ୍ୟ ଦଳରେ ଯୋଗ ଦେଇପାରନ୍ତି କିମ୍ବା ସ୍ୱାଧୀନ ଭାବେ ନିର୍ବାଚନ ଲଢିପାରନ୍ତି ବୋଲି ଫୋନ ଯୋଗେ କହିଛନ୍ତି

LEAVE A REPLY

Please enter your comment!
Please enter your name here