ମୌଳିକ ସୁବିଧାରୁ ବଞ୍ଚିତ ନଳବନ୍ଧ ଗ୍ରାମ

0
60

ଦେବଗଡ଼(ଆଲୋକ ପ୍ରସାଦ / ଆଦ୍ୟାଶ| ନିଉଜ): ଦେବଗଡ଼ ଜିଲ୍ଲା ଗଠିତ ହେବାର ୨୫ ବର୍ଷ ଓ ଦେଶର ସ୍ୱାଧୀନତା କୁ ୭୨  ବର୍ଷ ବିତିଯାଇଥିଲେ ବି , ଜିଲ୍ଲାର ଅନେକ ଅଞ୍ଚଳ କୁ ଏ ପର୍ଯ୍ୟନ୍ତ ରାସ୍ତା ଘାଟ, ଓ ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଏହି ଅଞ୍ଚଳ ଗୁଡିକ ମଧ୍ୟରୁ ଦେବଗଡ଼ ଜିଲ୍ଲା ତିଳେଇବଣୀ ବ୍ଲକ ଅନ୍ତର୍ଗତ ବଣିଆ କିନ୍ଦା ପଞ୍ଚାୟତ ଅଧୀନରେ ଥିବା ନଳବନ୍ଧ ଗ୍ରାମ । ଏହି ଗ୍ରାମ ଟି ଦେବଗଡ଼ ପୋୖରାଞ୍ଚଳ ଅଧୀନରେ ଥିବା ୧୦ ନୋ ୱାର୍ଡ ର ବେଂଜାତି ନାଳୀ ବସ୍ତି ଦେଇ କିଛିଦୂର କଂକ୍ରିଟ ରାସ୍ତା ଅତିକ୍ରମ କରିବାପରେ ଆରମ୍ଭ ହୋଇଥାଏ ୨ କିମି ପରିବ୍ୟାପ୍ତ ପାହାଡିଆ ପଥୁରିଆ ରାସ୍ତା । ଏହି ପାହାଡିଆ ପଥୁରିଆ ରାସ୍ତା ଅତିକ୍ରମ କରି ଯିବାପରେ ଦୃଷ୍ଟି ଗୋଚର ହୁଏ ସବୁଜ ବନାନୀ ର ସୌନ୍ଦଯ୍ୟ ରେ ପରିବେଷ୍ଟିତ ନଳବନ୍ଧ ଗ୍ରାମ । ଏହି ଗ୍ରାମରେ ବାସ କରନ୍ତି 30 ଟି ପରିବାର । ଏହି ଗ୍ରାମଟି ସୌନ୍ଦର୍ଯ୍ୟମୟୀ ପ୍ରଧାନପାଟ ଜଳପ୍ରପାତ ର ଏକ ଅଂଶ ବିଶେଷ ହୋଇଥିବାରୁ , ଏହି ଗ୍ରାମରେ ଚାଷ କାର୍ଯ୍ୟ ଭଲ ହୋଇଥାଏ । ଏ ଗ୍ରାମରେ , ପିଲାମାନେ ପାଠ ପଢିବା ପାଇଁ ସରକାରୀ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଟିଏ ଥିଲେ ବି , ଦୁର୍ଗମ ରାସ୍ତା ଯୋଗୁଁ ସ୍କୁଲ କୁ ଶିକ୍ଷକ, ଓ ଅଙ୍ଗନବାଡି କୁ ଅଙ୍ଗନ ବାଡ଼ି ଦିଦି ନିୟମିତ ଆସନ୍ତି ନାହିଁ । ଏହାଛଡା ଉକ୍ତ ଗ୍ରାମ ଟି ପାହାଡ଼ ଘେରା ଜଙ୍ଗଲ ମଧ୍ୟରେ ରହିଥିବାରୁ , ଓ ଭଲ ରାସ୍ତା ଟିଏ ନ ଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଜର କିମ୍ବା ପ୍ରସୂତି ମାଙ୍କୁ ଗର୍ଭପୀଡ଼ା ହେବା ସମୟରେ ସରକାରଙ୍କ ଜନନୀ ଏକ୍ସପ୍ରେସ କିମ୍ବା ଆମ୍ବୁଲାନ୍ସ ସେବା ପହଂଚି ପାରିନଥିବାରୁ ରୋଗୀ କିମ୍ବା ପ୍ରସୂତି ମା ଙ୍କୁ ଖଟିଆ ଯୋଗେ ସେହି ଦୁର୍ଗମ ପାହାଡିଆ ରାସ୍ତାରେ ଦେବଗଡ଼ ଜିଲ୍ଲା ସଦରମହକୁମା ଅନ୍ତର୍ଗତ ମୁଖ୍ୟ ଚିକିତ୍ସାଳୟ କୁ ଅଣା ଯାଇଥାଏ । ଯାହାକି ଅତ୍ୟନ୍ତ କଷ୍ଟ ସାଧ୍ୟ ଓ ହୋଇଥିବାରୁ ବେଳେବେଳେ ରୋଗୀ ଅଧବାଟରେ ନିଜ ଜୀବନ ହାରି ଦେଇଥିବାର ମଧ୍ୟ ନଜିର ରହିଛି । ଏଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ଗ୍ରାମକୁ ରାସ୍ତା ଟିଏ ର ବ୍ୟବସ୍ଥା କରିଲେ, ନଳବନ୍ଧ ଗ୍ରାମବାସୀ ସୁବିଧାରେ ଯିବାଆସିବା କରିବା ସହିତ ,ସମସ୍ତ ପ୍ରକାର ସରକାରୀ ସୁବିଧା ଖୁବ ସହଜରେ ପାଇ ପାରନ୍ତେ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here