ମୋଦିଙ୍କ ବାଲାକୋଟ ଆକ୍ରମଣ ମନ୍ତବ୍ୟ: ରିପୋର୍ଟ ମାଗିଲେ ଇସି

0
93

ନୂଆଦିଲ୍ଲୀ,-: ମହାରାଷ୍ଟ୍ରର ଲାଟୁରଠାରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାରଷ୍ଟ୍ରାଇକ୍‌ ନାମରେ ଭୋଟ ମାଗିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି। ମହାରାଷ୍ଟ୍ରର ନୂଆ ଭୋଟରମାନେ ପୁଲଓ୍ବାମା ଆକ୍ରମଣରେ ଶହୀଦ ଯବାନ ଓ ବାଲାକୋଟ ଏୟାରଷ୍ଟ୍ରାଇକ୍‌କୁ ସେମାନଙ୍କ ଭୋଟ ଉତ୍ସର୍ଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏନେଇ ନିର୍ବାଚନ କମିଶନ (ଇସି) ମହାରାଷ୍ଟ୍ର ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଗତ ୫ ବର୍ଷରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାରେ ବିଫଳ ହୋଇଥିବା ମୋଦି ଯବାନ ଓ ଶହୀଦଙ୍କ ନାଁରେ ଭୋଟ ମାଗିବା ଘଟଣାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଲଜ୍ଜିତ ହେବା ଉଚିତ ବୋଲି ସେ କହିଛନ୍ତି। ସୈନ୍ୟବାହିନୀ ମୋଦି କିମ୍ବା ଭାଜପାର ନୁହେଁ, ଏହା ସମସ୍ତ ଭାରତୀୟଙ୍କର ବୋଲି ମମତା କହିଛନ୍ତି। ପୁଲଓ୍ବାମା ଆକ୍ରମଣ କିପରି ସଫଳ ହେଲା ଏବଂ ବାଲାକୋଟ ଏୟାରଷ୍ଟ୍ରାଇକ୍‌ର କ’ଣ ଆବଶ୍ୟକ ଥିଲା, ଏନେଇ ନୂଆ ଭୋଟରମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ଉଚିତ ବୋଲି ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ନେତା ଓମାର ଅବଦୁଲ୍ଲା କହିଛନ୍ତି।

LEAVE A REPLY

Please enter your comment!
Please enter your name here