ମୌସୁମୀ ଜୁନ୍‌ ୧୮ କିମ୍ବା ୧୯ ରେ ଓଡ଼ିଶାରେ ପ୍ରବେଶ କରିବ

0
73

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବା ନେଇ ସ୍ପଷ୍ଟ କରିପାରୁନି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଣି ବିଶେଷଜ୍ଞ କହୁଛନ୍ତି ଜୁନ୍‌ ୧୮ କିମ୍ବା ୧୯ରେ ପହଞ୍ଚିବ। କେବେ ପହଞ୍ଚିବ ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି।

ସେପଟେ ମୌସୁମୀ ପୁଣିଥରେ ସକ୍ରିୟ ହୋଇଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, କର୍ଣ୍ଣାଟକ, ତାମିଲନାଡ଼ୁ, କେନ୍ଦ୍ରୀୟ, ଉତ୍ତର ଓ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ହେବ। ଏଥିସହ ଉତ୍ତର ପୂର୍ବ ଭାରତ, ସିକିମ୍‌ ସମେତ ଉତ୍ତର ପଶ୍ଚିମବଙ୍ଗରେ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶାର ଦୁଇ ପାର୍ଶ୍ବରେ ମୌସୁମୀ ସକ୍ରିୟ ହେଉଛି। ଏଥିସହ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁଥିପାଇଁ ମୌସୁମୀ ଖୁବଶୀଘ୍ର ଓଡ଼ିଶାରେ ପ୍ରବେଶ କରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here