ମୁଁହ ଖୋଲିଲେ ୫୦ରୁ ଅଧିକ ଛାତ୍ରୀ , ବର୍ଷ ବର୍ଷ ଧରି ଛାତ୍ରୀ ମାନଙ୍କୁ ଦିଆ ଯାଉଥିଲା କଠୋର ରୁ କଠୋର ଦଣ୍ଡ, ଶାରୀରିକ ଓ ମାନସିକ ନିର୍ଯ୍ୟାତନା

0
99

କୋଇଡା ( ଲମ୍ବୋଦର ବାରିକ / ଆଦ୍ୟାଶା ନ୍ୟୁଜ ) – ଓଡିଶା ଓ କେନ୍ଦ୍ର ସରକାର ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ୍ୟ। କିନ୍ତୁ ଯେଉଁ ଆଶ୍ରମରେ ରହି ନିରୀହ ଆଦିବାସୀ ଛାତ୍ରୀ ମାନେ ଏକ ସୁନ୍ଦର ଭବିଷ୍ୟତ ଗଢିବା କଥା ସେଇ ସ୍ଥାନରେ ଛାତ୍ରୀଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଆଗାମୀ ଭବିଷ୍ୟତ ପାଇଁ ପ୍ରଶ୍ନବାଚି ସୃଷ୍ଟି କରିଛି।କୋଇଡା ବ୍ଲକ ଅନ୍ତର୍ଗତ କସ୍ତୁରବା ଗାନ୍ଧୀ ବାଳିକା ଆଶ୍ରମରେ କୋମଳମତି ଛାତ୍ରୀ ମାନଙ୍କୁ ମାଡ ମାରିବା ସହିତ ଦିଆଯାଉଛି ଶାରୀରିକ ମାନସିକ ନିର୍ଯ୍ୟାତନା ଯାହାର କିଛି ରିପୋର୍ଟ ଆମ ହାତରେ ଲାଗିଛି । ଆମେ ଦେଖାଇବୁ ଏମିତି ଏକ ସତ୍ୟ ଘଟଣା ଯାହା ଦେଖିଲେ ଆପଣ ମାନଙ୍କର ଛାତି ଥରି ଉଠିବ କିନ୍ତୁ ଯେଉଁ ସତ୍ୟକୁ ଲୋକଲୋଚନକୁ ଆଣିବାକୁ ସାହସ କରିଛନ୍ତି ୫୦ ରୁ ଅଧିକ ନିରୀହ ଆଦିବାସୀ ଛାତ୍ରୀ । । କୋଇଡା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଶ୍ରମରେ ଦିଆଯାଉଛି ଏମିତି ନିର୍ଯ୍ୟାତନା , ଏଠି ସରକାର ଖାଦ୍ୟ ଖାଇବାକୁ ଦେଉଥିବା ବେଳେ ଆଶ୍ରମର କତ୍ତୃପକ୍ଷ ଛାତ୍ରୀ ମାନଙ୍କୁ ପେଟପୁରା ଖାଦ୍ୟ ଦେଉନଥିବା ବେଳେ ଏଠି ଖାଦ୍ୟ ମାଗିଲେ। ସିସିଟିଭି କ୍ୟାମେରା ବନ୍ଧ କରି ଛାତ୍ରୀ ମାନଙ୍କ ଚୁଟିକୁ ଘୋଷାରି ଘୋଷାରି ଦିଆଯାଉଛି ମାଡ ସେତିକିରେ ମନ ବୁଝେନି ଜେ ଘଣ୍ଟା ଘଣ୍ଟା ଧରି ନିରୀହ ଆଦିବାସି ଛାତ୍ରୀ ମାନଙ୍କୁ କୁକୁଡ଼ା ବନେଇ ଦିଆଯାଉଛି। ରାତି ୪ଟାରୁ ଏମାନଙ୍କୁ ନିଦ୍ରାରୁ ଉଠାଇ ଲାଟିନ ସଫା କରିବାକୁ ବାଧ୍ୟ କରାଯାଉଛି ଏମିତି କି କାମ ନକଲେ ଗୋଟିଏ ଗୋଟିଏ ରାତ୍ରୀ ଉପବାସରେ ରହିବାକୁ ଦିଆଯାଉଛି। ଆଶ୍ରମ ରେ ଥିବା ସିଡିରୁ ଦୁଇତାଲା ପର୍ଯ୍ୟନ୍ତ ଆଣ୍ଠେଇ ଆଣ୍ଠେଇ ନେଉଥିବା କଥା ଏବଂ ଛାତ୍ରୀ ମାନଙ୍କୁ ବିନା କାରଣରେ ଦଣ୍ଡ ଦେଉଥିବା। ବେଳେ ଶ୍ରୀମତୀ ମହାନ୍ତି ଦୀର୍ଘ ଦିନ ହେବ ମନମୁଖୀ ସାଶନ ଚଳାଇଥିବା ମଧ୍ୟ ଅଭିଯୋଗ ହୋଇଛି । ହେଲେ ମୋର କେହି କିଛି କରି ପାରିବେ ନାହିଁ ବୋଲି ଛାତ୍ରୀ ମାନଙ୍କୁ ଧମକ ଦେଉଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।ଏଠି ନିରୀହ ଛାତ୍ରୀ ମାନଙ୍କୁ ଆଶ୍ରମ କତ୍ତୃପକ୍ଷଙ୍କ ଲୁଗା ପଟା ସଫା କରିବାକୁ ବାଧ୍ୟ କରାଯାଉଥିବା ବେଳେ ଛାତ୍ରୀ ମାନଙ୍କୁ ଲାଟିନ ବ୍ୟବହାର ପାଇଁ ଦିଆଯାଉନଥିବା ରୁ ଅଷ୍ଟମ , ନବମ , ଦଶମ ଶ୍ରେଣୀର ଛାତ୍ରୀ ମାନେ ବାହାରେ ମଳତ୍ୟାଗ କରୁଥିବା କଥା ଛାତ୍ରୀ ମାନେ ପରିପ୍ରକାଶ କରିଛନ୍ତି । ଆଶ୍ରମର ମୁଖ୍ୟ ସୁପ୍ରଭା ମହାନ୍ତି ବିଦ୍ୟାଳୟର ସଭ୍ୟା ରୀନା ରାଉତ ଦୁହେଁ ମିଶି ନିରୀହ ଆଦିବାସୀ ମାନଙ୍କ ପାଇଁ ଆସୁଥିବା ଖାଦ୍ୟକୁ ସମ୍ପୂର୍ଣ୍ଣ ଆତ୍ମସାତ କରୁଥିବା ଅଭିଭାବକ ମାନେ କହିଥିବା ବେଳେ ନିରୀହ ଛାତ୍ରୀ ମାନେ ଏ ଘଟଣା ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରକାଶ କରିଛନ୍ତି। । ଏମିତିକି ଏସବୁ ବିଶୟରେ କାହାକୁ ଜଣାଇଲେ ତମକୁ ବଦନାମ କରିବା ସହିତ କୌଣସି ବିଦ୍ୟାଳୟରେ ପଢିବାକୁ ଦିଆଯିବ ନାହିଁ ବୋଲି ଆଶ୍ରମ କତ୍ତୃପକ୍ଷ ଧମକ ଦେଇଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଏହି ନିର୍ଯ୍ୟାତନା ଓ ମାଡ଼ ବିଷୟ ୫୦ ଜଣ ରୁ ଉର୍ଦ୍ଧ୍ବ ଛାତ୍ରୀ କୋଇଡା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ଶିକ୍ଷା ଅଧିକାରୀ ଏପର୍ଯ୍ୟନ୍ତ କୋୖଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି। ଯଦି ଏହାର କୌଣସି ସମାଧାନ ନ ହୁଏ ଶିକ୍ଷା ବିଭାଗ ଭଳି ଏକ ଦାଇତ୍ୱ ସମ୍ପର୍ଣ୍ଣ ଅନୁଷ୍ଠାନର ବିକଳାଙ୍ଗ ଚିତ୍ର ଓଡିଶା ବାସୀ ଦେଖିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here