ମିଶନ ଶକ୍ତି ଫେଡେରେସନ ବୈଠକ, ମିଶନଶକ୍ତିକୁ ଅଣଦେଖା ନେଇ ଅସନ୍ତୋଷ,

0
54

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ / ସଂଜୀବ ସାହୁ ):ହାଟଡିହି ବ୍ଲକ ମିଶନଶକ୍ତି ଫେଡେରେସନର ଏକ ଜରୁରୀ ବୈଠକ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବିଡିଓ ସୁଶାନ୍ତ କୁମାର ବାରିକ, ମିଶନଶକ୍ତି କୋ ଅର୍ଡିନେଟର ଜ୍ୟୋତ୍ସ୍ନାମୟୀ ଜେନା, ମିଶନଶକ୍ତି ସଭାନେତ୍ରୀ ଭାନୁମତୀ ବେହେରା, ସମ୍ପାଦିକା ଦେବକୀ ନାୟକ, ଅଙ୍ଗନବାଡି ସୁପରଭାଇଜର ରେଣୁବାଳା ଜେନା, କନକଲତା ଦାସ, କାଦମ୍ବିନୀ ଜେନା, ପୁଷ୍ପାଞ୍ଜଳୀ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅଙ୍ଗନବାଡି ସୁପରଭାଇଜର ମାନେ ମିଶନଶକ୍ତି ଫେଡେରେସନକୁ ଅଣଦଖା କରି କୌଣସି କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଉ ନଥିବା ନେଇ ଫେଡେରେସନ ସଭ୍ୟା ମାନେ ଅଭିଯୋଗ କରିଥିଲେ । ଏନେଇ ସେମାନେ ବାରମ୍ବାର ଅଭିଯୋଗ କରୁଥିଲେବି କେହି କର୍ଣ୍ଣପାତ କରୁନଥିବା କହିଥିଲେ । କିପରି ମିଶନଶକ୍ତି ସହିତ ସମନ୍ୱୟ ରକ୍ଷା କରାଯାଇ ସମସ୍ତ କାର୍ଯ୍ୟ କରାଯିବ ସେନେଇ ସୁପରଭାଇଜର ମାନେ ଦାୟିତ୍ୱବାନ ହେବାକୁ ବିଡିଓ ଏବଂ ବିଧାୟକ ଗୁରୁତ୍ୱାରୋପ କରିଥିଲେ । ମିଶନଶକ୍ତି ଫେଡେରେସନର ଦାବି ଅନୁଯାଇ ସେମାନଙ୍କୁ ବୈଠକ କରିବା ପାଇଁ ଘର ଓ ଡ୍ରେସ କୋର୍ଡ ଲାଗୁ କରାଯିବାକୁ ସଭ୍ୟାମାନେ ଦାବି କରିଥିଲେ । ନୁତନ ସିଡିପିଓ ଯୋଗଦେବାପରେ ସେହିସବୁ ବ୍ୟବସ୍ଥା କରାଯିବ ବୋଲି ବିଧାୟକ ପ୍ରତିଶୃତ ଦେଇଥିଲେ । ଏହି ବୈଠକରେ ନିରୁପମା ଜେନା, ସାବିତ୍ରୀ ସା, ଉଷାରାଣୀ ସାହୁ, ରେବତୀ ନାୟକ, ମନୋରାମା ରାଉତ, ଶାନ୍ତିଲତା ପାଢ଼ୀ, ରସ୍ମିତା ନାୟକ, ରୀନା ପଣ୍ଡାଙ୍କ, ଅଞ୍ଜନା ନାଇକ, କମଳା ମହାଳିକ, ତନ୍ମୟୀ ସାମଲ, ନିରୁପମା ଜେନା, ମମତା ଜେନା, ସୁଲୋଚନା ନାଇକ, ସାବିତ୍ରୀ ସେଠୀ, ବାସନ୍ତୀ ଜେନା ସମେତ ୩୧ଟି ପଞ୍ଚାୟତର ମିଶନଶକ୍ତି କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here