ମିଳୁନି ଜାତିଗତ ପ୍ରମାଣପତ୍ର ଅଧାରୁ ପାଠ ଛାଡିଲେ ଛ!ତ୍ର ଛ!ତ୍ରି

0
159

କେନ୍ଦୁଝର (ସଂଜୀବ ସାହୁ /ଆଦ୍ୟାଶା ନ୍ୟୁଜ) ସରକାର ଶିକ୍ଷା ବିନା ଦେଶର ଉନ୍ନତି ଅସମ୍ଭବ ଚିନ୍ତା କରି ସର୍ବଶିକ୍ଷା ଅଭିଯାନ ଆରମ୍ଭ କଲେ ,ମାତ୍ର ପ୍ରଶାସନିକ ଉଦାସୀନତା ପାଇଁ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରେ ଆଜିଯାଏ ବହୁ ଛ!ତ୍ର ଛାତ୍ରୀ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି | ଫଳରେ ସରକାର ଙ୍କ ଯୋଜନା ଯୋଜନା ରେ ହିଁ ରହିଯାଉଛି | ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମହଦେଇଯୋଡା ପଞ୍ଚାୟତ ର ସଲରାପେଣ୍ଠ ଗ୍ରାମ ରେ ଏହିଭଳି ଘଟଣା ଦେଖିବାକୁ ମିଳିଛି | ଏହି ଗ୍ରାମ ଏକ ପାହାଡି ଇଲାକା ହୋଇଥିବା ବେଳେ ଏହି ଗ୍ରାମକୁ ଆଜିଯାଏ ବିକାଶ ର ଛାଇ ମଧ୍ୟ ଦେଖିବାକୁ ମିଳିନି | ଏହି ଗ୍ରାମରେ ୭୦ ପ୍ରତିଶତ ଲୋକ କମାର ସମ୍ପ୍ରଦାୟ ର ଓ ବହୁ ଆର୍ଥିକ ଅନାଟନ ମଧ୍ୟରେ ଜୀବନ ବିତାଉଛନ୍ତି |ଏହି ଜାତି ଅତି ଗରିବ ହୋଇଥିଲେ ମଧ୍ୟ ଘର ବାଡି ପଟା ରେ ଜାତି ଲୋହର ଲେଖା ହୋଇଥିବା ଯୋଗୁଁ ଏହି ଭଳି ଜାତି ନାହିଁ ଦର୍ଶାଇ ଏହି ଲୋକଙ୍କୁ ଦିଆ ଯାଉନି ଜାତିଗତ ପ୍ରମାଣ ପତ୍ର | ଫଳରେ ବହୁ ଛାତ୍ର ଛତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି | ଫଳରେ ବହୁ ଛ!ତ୍ର ଛାତ୍ରୀ ଅଧାରୁ ପାଠ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଥିବା ସହ ବହୁ ପୁଅ ଝିଅ ଅଳ୍ପ ବୟସ ରେ ବିବାହ କରି ଘର ସଂସାର କରିଲେଣି | ଏହି ବିଷୟରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଏହି ଜାତିକୁ ସଂକ୍ଲିଷ୍ଠ କରି ତୁରନ୍ତ ଜାତି ଗତ ପ୍ରମାଣ ପତ୍ର ଦିଆଯାଉ ନହେଲେ ଏହି ଗ୍ରାମର ବିକାଶ ହେବା ତ ଦୂର ର କଥା ଏହି ଜାତି ର ବିନାଶ ହୋଇ ଯିବ | ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳ ର ବହୁ ବୁଦ୍ଧି ଜିବୀ ଜିଲ୍ଲା ପ୍ରଶାସନ ଏବଂ ସରକାର ଙ୍କ ନିକଟରେ ଦାବି କରିଛନ୍ତି |

LEAVE A REPLY

Please enter your comment!
Please enter your name here