ମାନିଲା ପାକିସ୍ତାନ : ଜମ୍ମୁ-କଶ୍ମୀର ଭାରତର

0
28

ନୂଆଦିଲ୍ଲୀ,-: ଶେଷରେ ପାକିସ୍ତାନ ମାନିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ରାଜ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଛନ୍ତି। ହେଲେ ସତ୍ୟ କ’ଣ ତାହା ତାଙ୍କ ମୁହଁରୁ ଆପଣାଛାଏଁ ବାହାରି ଆସିଛି। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ କ୍ୟୁରେସି କହିଛନ୍ତି ଜମ୍ମୁ-କଶ୍ମୀର ଭାରତର ରାଜ୍ୟ। ତେବେ କ୍ୟୁରେସି କହୁ କହୁ କହି ଦେଇଥିଲେ କି ଭାରତ କହୁଛି ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ବାଭାବିକ ରହିଛି। ହେଲେ ବିଦେଶୀ ଗଣମାଧ୍ୟମ, ବିଦେଶୀ ସଂସ୍ଥା, ସିଭିଲ ସୋସାଇଟିକୁ ଭାରତର ରାଜ୍ୟ ଜମ୍ମୁ-କଶ୍ମୀରକୁ କାହିଁକି ଯିବାକୁ ଦିଆଯାଇ ନାହିଁ। ଏହିଠାରେ ହିଁ ସେ ଜମ୍ମୁ-କଶ୍ମୀର ଭାରତର ରାଜ୍ୟ ବୋଲି କହିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here