ମାଟି ତଳୁ ମହିଳାଙ୍କ ଶବ ଉଦ୍ଧାର

0
69

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ବନ୍ଧସାହି ଗାଁରେ ମାଟି ତଳୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ପାର୍ବତୀ ମଲ୍ଲିକ। ତାଙ୍କ ଘର ସେହି ବନ୍ଧସାହି ଗାଁରେ ବୋଲି ଜଣାପଡ଼ିଛି।

ପାର୍ବତୀ ୨୦୦୯ ମସିହାରେ ବନ୍ଧସାହି ଗାଁର ଚିତ୍ରସେନ ମଲ୍ଲିକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପାର୍ବତୀ ଓ ଚିତ୍ରସେନଙ୍କ ମଧ୍ୟରେ ବିଭିନ୍ନ ସମୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ଓ ବଚସା ହେଉଥିଲା। ଏନେଇ ପାର୍ବତୀ ନିଜ ପରିବାର ଲୋକଙ୍କୁ ଜଣାଉଥିଲେ।

ଗତ ଜୁନ ୮ ତାରିଖରେ ପାର୍ବତୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବାପ ଘର ଲୋକେ ଖବର ପାଇଥିଲେ। ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ମୃତଦେହ ବ୍ୟବଚ୍ଛେଦ ନ କରି ଶାଶୂଘର ଲୋକେ ପୋତି ଦେଇଥିଲେ। ଏନେଇ ପାର୍ବତୀଙ୍କ ପରିବାର ଲୋକେ ନିକିରାଇ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୁଲିସ୍‌ ଗାଁ ଶ୍ମଶାନରେ ପହଞ୍ଚି ମାଟିତଳୁ ଶବ ଜବତ କରିଥିଲା। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ ଚିତ୍ରସେନଙ୍କୁ ଅଟକ ରଖି ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here