ମହାବିଷୁବ ସଂକ୍ରାନ୍ତି ର ଶୁଭ ଅବସର ରେ , କବିତା ପାଠ ଉତ୍ସବ ଓ ସମ୍ବର୍ଧନା

0
114

ଦେବଗଡ଼-  (ରିପୋର୍ଟ ଆଲୋକ ପ୍ରସାଦ , ଆଦ୍ୟାଶା ନ୍ୟୁଜ ) ମହାବିଷୁବ ସଂକ୍ରାନ୍ତି ର ଶୁଭ ଅବସର ରେ ଦେବଗଡ଼ ଜିଲ୍ଲାର ବିଭିର୍ଣ ଅନୁଷ୍ଠାନ ପକ୍ଷରୁ ବିଭିର୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରୁ ନବୋଦୟ ମହାବିଦ୍ୟାଳୟ ଦେବଗଡ଼ର , ଓଡ଼ିଆ ପ୍ରାଧ୍ୟାପକ ଡ଼ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ପକ୍ଷରୁ , କବିତା ଆସର ଓ ସମ୍ବରଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବରଧନା ଉତ୍ସବରେ ସାମ୍ବାଦିକ ବନ୍ଧୁ , ସାହିତ୍ୟିକ ଓ ସମାଜସେବୀ ଗଣଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ, ନବକାକଳି ର ବାର୍ଷିକ ପତ୍ରିକା ଉନ୍ମୋଚିତ ହୋଇଥିଲା । ଏଥିରେ ସଭାପତି ଥିଲେ ଶ୍ରୀ ଜଗଦୀଶ ପାତ୍ର , ଉଦ୍ଘାଟକ ଉତ୍ତମ ପ୍ରସାଦ, ମୁଖ୍ୟଅତିଥି ଅବସର ପ୍ରାପ୍ତ ଡେପୁଟି କଲେକ୍ଟର ଶ୍ରୀ ନାରାୟଣ ନାୟକ , ମୁଖ୍ୟବକ୍ତା ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର , ଓ କବିତା ସଂଯୋଜନା କରିଥିଲେ , ବିପିନ ବିହାରୀ ପୃଷ୍ଟି ଓ ସନ୍ଧ୍ୟା ରାଣୀ ପାତ୍ର ମୋହଦୟା । ଠିକ ସେହିଭଳି ସନ୍ଧ୍ୟା ୭ ,ଘଟିକା ସମୟ ରେ , ଲିଟିଲ କଂଫୋରେନ୍ସ ହୋଲ ରେ , କଳିକା ପରିବାର ପକ୍ଷରୁ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି ଆସର ରେ ୪୦ ,ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ନିଜର ସ୍ୱ ରଚିତ କବିତା ପାଠ କରିଥିଲେ । କବିତା ଗୁଡିକୁ ସଂଯୋଜନା କରିଥିଲେ , ଶ୍ରୀ ଚିତ୍ତରଞ୍ଜନ ଦାସ ଓ ସନ୍ତୋଷ ଦେବତା ମୋହଦୟ । ଏହି କବିତା ଆସର ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର , କଳିକା ସମ୍ପାଦକ ଶ୍ରୀ ଅତୁଲ୍ୟ କୁମାର ପୂଜାରୀ , ଉପସଭାପତି ଅଶୋକ ନନ୍ଦ ଆଦି ମଂଚଆସିନ ଥିଲେ । ଏହି ଆସର ରେ ୪ ଟି ପୁସ୍ତିକା ଓ ଦୁଇ ଜଣ ସହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଆଇନ ଯିବି ତଥା ଜିଲ୍ଲା ସଂସ୍କୃତି ପରିଷଦ ର ସଂଯୋଜକ ଶ୍ରୀ ଦିଲ୍ଲୀପ ଗୁରୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here