ମହାନଦୀ ଜଳବିବାଦର ସମାଧାନ ପାଇଁ ସାଇକେଲରେ ଦିଲ୍ଲୀ ଗଲେ ତରତରାର ଛାତ୍ର

0
63
  •  ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜଳସମସ୍ୟାର ସମାଧାନ ନିମନ୍ତେ ଦାବି ଜଣାଇବାକୁ ଆଶା,

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ / ସଂଜୀବ ସାହୁ ):ଛତିଶଗଡ ଓ ଓଡିଶା ମଧ୍ୟରେ ଲାଗିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଶୀଘ୍ର ତାର ରାୟ ପ୍ରଦାନ କରିବା ସହିତ ରିଭର ବୋର୍ଡ ଗଠନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେବା ଉଦ୍ଦେଶ୍ୟରେ ଦୁଇଜଣ ଛାତ୍ର ସାଇକେଲରେ ଦିଲ୍ଲୀ ଯାତ୍ରା କରିବା ଘଟଣା ସମଗ୍ର ରାଜ୍ୟରେ ଆଲେଚନାର ବିଷୟ ହୋଇଛି। ଏହି ଦୁଜଣ ଛାତ୍ରଙ୍କ ମଧ୍ୟରେ ଆନନ୍ଦପୁର ତରତରାର ଶୁଭ୍ରଜିତ ବାରିକ। ସେ ଜଣେ ସ୍ନାତକ ଛାତ୍ର। ତାଙ୍କ ସହିତ କ୍ରିଷ୍ଣାକାନ୍ତ ଷଢ଼ଙ୍ଗୀ ନାମକ ଅନ୍ୟ ଜଣେ ଛାତ୍ର ମଧ୍ୟ ସାମିଲ ହୋଇ ଦିଲ୍ଲୀ ଯାତ୍ରା କରିଛନ୍ତି। ସେମାନେ କଟକ ଜିଲ୍ଲା ମାହାଙ୍ଗାରୁ ସାଇକେଲରେ ବାହାରି ଦିଲ୍ଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଛନ୍ତି। ସେମାନେ ଆସନ୍ତା ଅଗଷ୍ଟ ୪ତାରିଖ ସୁଧା ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜଳସମସ୍ୟାର ସମାଧାନ ନିମନ୍ତେ ଦାବି କରିବା ସହିତ ରିଭର ବୋର୍ଡ ଗଠନ କରିବା ପାଇଁ ଦାବି ଉପସ୍ଥାପିତ କରିବେ ବୋଲି ଲକ୍ଷ ରଖିଥିବା କହିଛନ୍ତି। ସେମାନଙ୍କ କହିବାନୁଯାଇ ଛତିଶଗଡ ଓ ଓଡିଶା ମଧ୍ୟରେ ମହାନଦୀ ଜଳ ବିବାଦ ଦିନକୁ ଦିନ ବଢ଼ିବାକୁ ଲାଗିଥିବାବେଳେ ଏହାର ସମାଧାନର ବାଟ ଏପର୍ଯ୍ୟନ୍ତ ବାହାରି ପାରିଲାନାହିଁ। ଫଳରେ ଓଡିଶା ବାସୀ ଜଳସଙ୍କଟ ମଧ୍ୟରେ ଗତି କରିବା ସହିତ ଛତିଶଗଡ ସରକାରଙ୍କ ଠାରୁ ପ୍ରତାରିତ ହୋଇଥିବା ଅଭିଯୋଗ କରିଛନ୍ତି। କିନ୍ତୁ ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର କୌଣସି ଠୋସ ପଦକ୍ଷେପ ନେଇ ପାରୁ ନାହାନ୍ତି। ତେବେ ରାଜ୍ୟରେ ଅନେକ ସଂଗଠନ ଜଳସମସ୍ୟା ଉପରେ କାର୍ଯ୍ୟ କରୁଥିବାବେଳେ ସେମାନେ ଯାହା କରିପାରି ନଥିଲେ ତାହା ଏହି ଦୁଇଛାତ୍ର କରି ଦେଖାଇବା ପାଇଁ ନେଇଥିବା ପଦକ୍ଷେପକୁ ସବୁଆଡେ ପ୍ରଶଂସା କରାଯାଉଛି।

LEAVE A REPLY

Please enter your comment!
Please enter your name here