ମଙ୍ଗୁଳି ଜେନା ହତ୍ୟା ମାମଲାରେ ୩ ସନ୍ଦିଗ୍ଧଙ୍କ ଭିଡିଓ ଜାରି

0
96

ଖୋର୍ଦ୍ଧା(ଆଦ୍ୟାଶା ନ୍ୟୁଜ) ଖୋର୍ଦ୍ଧା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୩ ସନ୍ଦିଗ୍ଧଙ୍କ ଭିଡିଓ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ। ହତ୍ୟାକାଣ୍ଡ ସ୍ଥାନ ଠାରୁ କିଛି ଦୂରରେ ଏକ ସିସିଟିଭି ଫୁଟେଜ୍‌ରୁ ଏହି ଭିଡିଓ ଜାରି କରାଯାଇଛି।

ସିସିଟିଭିରେ ଦେଖିବାକୁ ମିଳିଛି ଯେ, ୩ ସନ୍ଦିଗ୍ଧ ଗୋଟିଏ ବାଇକ୍‌ରେ ଆସି ଠିଆ ହେଉଛନ୍ତି। ଜଣେ ହତ୍ୟାକାଣ୍ଡ ଘଟିଥିବା ସ୍ଥଳ ଆଡ଼କୁ ଯାଇ କିଛି ସମୟ ପରେ ଫେରୁଛି।

ସୂଚନାଯୋଗ୍ୟ ଯେ , ଅପ୍ରେଲ୍‌ ୧୪ ତାରିଖ ରବିବାର ରାତିରେ ଖୋର୍ଦ୍ଧା ନବୀନବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜଣେ ଦୁର୍ବୃତ୍ତ ସ୍କୁଟିରେ ‌ଆସି ତାଙ୍କୁ ଗୁଳି କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ।

ରାଜନୈତିକ ଶତ୍ରୁତା ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ହତ୍ୟାକାଣ୍ଡ ପଛରେ ବିଜେଡି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଥିଲା। କିନ୍ତୁ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଥିଲା

LEAVE A REPLY

Please enter your comment!
Please enter your name here