ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

0
97

ଭୁବନେଶ୍ୱର, (ଆଦ୍ୟାଶା ନ୍ୟୁଜ) : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। ଜବତ ସୁନାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଅମରଜିତ୍‌ ପଗଡ଼ିରେ ସୁନା ବିସ୍କୁଟ ଲୁଚାଇ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଦେଇ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ତେବେ ସିଆଇଏସ୍‌ଏଫ୍‌ ଅଧିକାରୀମାନେ ତାଙ୍କଠାରୁ ସୁନା ଜବତ କରିଛନ୍ତି। ଜବତ ସୁନା ଅଷ୍ଟ୍ରଲିଆ ନିର୍ମିତ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here