ଭୁତ କୋଠିରେ ପରିଣତ ହୋଇଛି , ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସରକାରୀ ଆବାସ ।

0
94

ଦେବଗଡ଼ (ରିପୋର୍ଟ- ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) -ଭୁତ କୋଠିରେ ପରିଣତ ହୋଇଛି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସରକାରୀ ଆବାସ । ଏହି ଆବାସ ଟି ଦେବଗଡ଼ ଜିଲ୍ଲାସଦରମହକୁମା ବା ଦେବଗଡ଼ ସହରର ୪୯ ନୋ ଜାତୀୟ ରାଜପଥ କଡ଼ ରେ , କାର୍ଗିଲ ଛକ ଓ ଗଣେଶ ଛକ ର ମଧ୍ୟସ୍ଥଳୀ ରେ ଅବସ୍ଥିତ । ଏହି ଆବାସ ଟିର ରକ୍ଷଣା ବେକ୍ଷଣ ଦାୟିତ୍ୱ ଦେବଗଡ଼ ଆର ଏନ ବି ଅଧିନ ରେ ରହିଅଛି । ଏବଂ ଦୀର୍ଘ ବର୍ଷ ଧରି ଏହି ଆବାସ ର ରକ୍ଷଣା ବେକ୍ଷଣ ବାବଦରେ କୋଟି କୋଟି ସରକାରୀ ଅର୍ଥ ଖର୍ଚ୍ଚ ହେଉଛି ହେଲେ କର୍ମଚାରୀ ଙ୍କ ବାସ ଉପଯୋଗୀ ହୋଇ ପାରୁନାହିଁ । ଏ ବିଷୟରେ ଆର ଏନ ବି ଏକଜିକ୍ୟୁଟିଭ ଅଫିସର ଙ୍କ ସହିତ ଅଧିକ ତଥ୍ୟ ଜାଣିବାପାଇଁ ଯୋଗା ଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା କିନ୍ତୁ ସେ କୌଣସି କାମରେ ବାହାରକୁ ଯାଇଥିବାରୁ ତାଙ୍କ ର ଫୋନ ଲାଗିନଥିଲା । ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ବାବଦରେ ଜାଣିବାପାଇଁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ସେ ଫୋନ ଟି ଉଠେଇ ନ ଥିଲେ । ଏ ବାବଦରେ ଶିକ୍ଷା ଅଧିକାରୀଙ୍କ ଜଣେ କିରାଣୀ ଙ୍କ ମତ ଲୋଡିବାରୁ ସେ କିରାଣୀ ଜଣକ କହିଲେ , ଉକ୍ତ ଆବାସ ଟି ଆର ଏନ ବି ଶିକ୍ଷା ବିଭାଗ କୁ ହସ୍ତାନ୍ତର କରି ନାହାନ୍ତି ବୋଲି । ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଏହି ସରକାରୀ ଆବାସ ର ଫୋଟ ଉଠେଇବା ସମୟ ରେ , ସ୍ଥାନୀୟ ଜଣେ ଟେଣ୍ଟ ମାଲିକ ଉକ୍ତ ସରକାରୀ କୋଠାରେ ତାଙ୍କର ଟେଣ୍ଟ ସାମାନ ରହିଛି , ଓ ଏହି କୋଠା ବାବଦ ରେ ଯଦି ନ୍ୟୁଜ କର ତାହେଲେ ଭୟାବହ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଧମକ ଦେବାସହିତ ସରକାରୀ ବାବୁ ଓ ପୋଲିସ ମୋ ପକେଟରେ , ତୁମେ ମୋର କିଛି ବିଗାଡି ପରିବନାହିଁ ବୋଲି କହି ଗାଳି ଗୁଲଜ କରିଥିଲେ । ଏଥିରେ ପ୍ରଶ୍ନ ଉଠୁଛି ସରକାରୀ ଆବାସ ଗୃହର ଚାବି ଉକ୍ତ ଟେଣ୍ଟ ମାଲିକଙ୍କ ହାତକୁ ଗଲା କେମିତି ? ଏଣୁ ଜିଲ୍ଲା ପ୍ରଶାସନ ଏ ଉପରେ ଦୃଷ୍ଟି ଦେଇ ଉକ୍ତ ସରକାରୀ ଆବାସ କୁ ଭୁତ କୋଠି ହେବାରୁ ବନଚାଇବା ସହିତ ଉକ୍ତ ଟେଣ୍ଟ ମାଲିକ କୋଉ ପରିସ୍ଥିତିରେ ଉକ୍ତ ଗୃହ ର ଚାବି ଆଣିଲେ ତାହାର ତଦନ୍ତ କରିବା ସହିତ ଏହି ମଧୁ ଚନ୍ଦ୍ରିକା ରେ ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ ଆଇନ ଭିତିକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here