ଭିନ୍ନ ଭିନ୍ନ ଘଟଣାରେ ୨ ମୃତ

0
146

କେନ୍ଦୁଝର  (ସଂଜୀବ ସାହୁ /ଆଦ୍ୟାଶା ନ୍ୟୁଜ) କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକ ଅନ୍ତର୍ଗତ କିଡକୋ ରାସ୍ତା ନିକଟ ଏସାର ଛକ୍ ନିକଟ ରେ ଶନିବାର ଦିନ ବିଳମ୍ବିତ ରାତିରେ କାଳିମାଟି ଆଡେ ଯାଉଥିବା ବିପରୀତ ଦିଗରୁ ଆସୁଥିବା ଏକ ବାଇକ କୁ ଧକା , ଦେଇଥିଲା ଫଳରେ ଯୁବକ ଜଣକ ଘଟଣା ସ୍ଥଳ ରେ ମୃତୁ ବରଣ କରିଥିଲେ | ପୋଲିସ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ଜଣା ପଡ଼ିଛି | ସେହିପରି ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ଢIବା ରେ କାମ କରୁଥିବା ଚନ୍ଦନ ନାଏକ ନାମକ ଜଣେ ଯୁବକ ର ମୃତଦେହ ଢIବା ନିକଟରୁ ଝୁଲନ୍ତା ଅବସ୍ଥା ରେ ଚମ୍ପୁଆ ପୋଲିସ ଜବତ କରିବା ସହିତ ଏହାର ତଦନ୍ତ ଜାରି ରଖିଛି | ମୃତ ଯୁବକ ଜଣକ ମୟୂର ଭଞ୍ଜ ଜିଲ୍ଲା ର ସିଂଡା ଥାନା ଅନ୍ତର୍ଗତଘାଗି ଗ୍ରାମର ବୋଲି ପୋଲିସ ସୂଚନା ଦେଇଛି |

LEAVE A REPLY

Please enter your comment!
Please enter your name here