ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

0
97

ରାଉରକେଲା  (ଆଦ୍ୟାଶା ନ୍ୟୁଜ) : ସୁନ୍ଦରଗଡ଼ ଜିଲା ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନାର ଯୁବ ଏସ୍‌ଆଇ ମଧୁ ପାତ୍ର ବୁଧବାର ଲାଞ୍ଚ ନେଉଥିବା ବଳେ ରାଉରକେଲା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ଉଦିତ୍‌ନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ନିବାସୀ ଲାଲୁରାମଙ୍କୁ ଏକ ମିଛ କେସରେ ଜେଲ ନ ପଠାଇବା ପାଇଁ ଏସ୍‌ଆଇ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଲାଲୁ ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଉକ୍ତ ଲାଞ୍ଚ ଟଙ୍କା ଲାଲୁ ଏସ୍‌ଆଇଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here