ଭିଜିଲାନ୍ସ ଜାଲରେ ଆର ଏମ ସି କିରାଣୀ

0
110

.
କେନ୍ଦୁଝର (ସଂଜୀବ ସାହୁ /ଆଦ୍ୟାଶା ନ୍ୟୁଜ) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ସବଡ଼ିଭିଜ ର ଆର ଏମ ସି କିରାଣୀ ଦନାର୍ଦ୍ଧନ ପୃଷ୍ଟି ଜଣେ ବ୍ୟକ୍ତି ଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ମିଳିଛି |ସୂଚନା ଅନୁସାରେ ଚମ୍ପୁଆ ଅଂଚଳ ର ବନିତା ମହାନ୍ତ ଙ୍କ ସ୍ୱାମୀ ଆର ଏମ ସି ରେ ଗାର୍ଡ ଭାବରେ ଚାକିରୀ କରୁଥିଲେ ମାତ୍ର 2014ମସିହାରେ ତାଙ୍କ ର ଦେହାନ୍ତ ହୋଇ ଯାଇଥିଲା | ସ୍ୱାମୀ ଙ୍କ ସମସ୍ତ ଟଙ୍କା ମିଳିଯାଇଥିବା ବେଳେ ଛୁଟି ରେ ଥିବା ଟଙ୍କା ମିଳିନଥିଲା ଏବଂ ଏହି ଅର୍ଥ କୁ ମଂଜୁର କରିବା ପାଇଁ କିରାଣୀ ବନିତା ଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ | ଏହାକୁ ନେଇ ବନିତା ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ ଏବଂ ପୂର୍ବ ଯୋଜନା ଅନୁସାରେ ଆଜି ଭିଜିଲାନ୍ସ ର ୮ ଜଣିଆ ଟିମ ଆସି ଜଗି ରହିଥିଲେ ଏବଂ ବନିତା କଂ ଠାରୁ ୫ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ କିରାଣୀ ଦନାର୍ଦ୍ଧନ ପୃଷ୍ଟି କୁ ଧରିଥିଲେ ଏବଂକିରାଣୀ ଙ୍କୁ ଗିରଫ କରିଥିବା ସୂଚନା ମିଳିଛି |

LEAVE A REPLY

Please enter your comment!
Please enter your name here