ଭାଲୁ ଆକ୍ରମଣରେ ଦୁଇ ଆହତ

0
47
କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ| ନିଉଜ):ବୁଧବାର ଅପରାହ୍ନ ୩ଘଟିକା ସମୟରେ ଜଙ୍ଗଲରେ ଛେଳି ଚରାଉଥିବା ବେଳେ ଦୁଇଜଣ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଆହୋତ ହୋଇଛନ୍ତି।ପ୍ରାପ୍ତସୂଚ଼ନାଅନୁଯାୟୀ,ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଟିଗିରିଆ ସାହିର କୁଆଁର ମୁଣ୍ଡା(୬୫) ଓ ଲକ୍ଷ୍ମଣ ମୁଣ୍ଡା(୪୫) ଗ୍ରାମ ନିକଟସ୍ଥ ଫଗଡବୁଢା ଜଙ୍ଗଲକୁ ଛେଳି ଚଳାଇବା ପାଇଁ ଯାଇଥିଲେ।ସେଠାରୁ ଛେଳି ଗୁଡ଼ିକୁ ଚଳାଇ ଘରକୁ ଫେରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଆହାତ ହୋଇଛନ୍ତି। ସେଠାରେ ଭାଲୁ ଦୁହିଁଙ୍କ ହାତକୁ ଗୁରୁତର ଆଘାତ ଦେଇଥିଲା।ଫଳରେ ସେମାନେ ଗୁରୁତର ଆହାତ ହୋଇଥିଲେ। ସେମାନଙ୍କୁ ପରିବାର ଲୋକମାନେ ସଙ୍ଗେ ସଙ୍ଗେ ଅଟୋରିକ୍ସା ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here