ଭାଲୁ ଆକ୍ରମଣରେ ଜଣେ ଗୁରୁତର

0
53

କେନ୍ଦୁଝର(ସଂଜୀବ ସାହୁ /ଆଦ୍ୟାଶା ନ୍ୟୁଜ): କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ଅର୍ନ୍ତଗତ ମୁଦିନୁଚା ଗ୍ରାମ ନିକଟସ୍ଥ ଅଟେଇ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଖବର ଅନୁଯାୟୀ ମୁଦିନୁଚା ଗ୍ରାମର ଶ୍ୟାମସୁନ୍ଦର ମାଝୀଙ୍କ ପୁଅ ମାୟାଧର ମାଝୀ ଛେଳି ଚରାଇବା ପାଇଁ ଗ୍ରାମ ନିକଟସ୍ଥ ଅଟେଇ ଜଙ୍ଗଲକୁ ଯାଇଥିଲେ । ସେଠାରେ ଛେଳି ଚଳାଉଥିବା ବେଳେ ପ୍ରାୟ ଦିନ ୨ଘଟିକା ସମୟରେ ଏକ ବଣୁଆ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ନିକଟରେ ଥିବା ଲୋକମାନେ ମାୟାଧରଙ୍କୁ ଗୁରୁତର ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ହରିଚନ୍ଦନପୁର ବନପାଳ ବୁଦ୍ଧଦେବ ସାହୁଙ୍କୁ ଖବର ଦେଇଥିଲେ । ଖବର ପାଇ ବନପାଳ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମାୟାଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here