ଭାରସାମ୍ୟ ହରାଇ ୫୦ଫୁଟ ଖାତକୁ ଖସିଲା ବୋଇତାଳୁ ବୋଝେଇଥିବା ମିନି ଟ୍ରକ ,ଅଳ୍ପେକେ ବର୍ତିଲେ ଗାଡି ଚାଳକ

0
94

କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ| ନିଉଜ):କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ କୁଆଝରଣ ଘାଟି ନିକଟରେ ଏକ ମିନି ଟ୍ରକ ବୋଇତାଳୁ ବୁଝେଇ ଆସୁଥିବା ସମୟରେ ଭାରସାମ୍ୟ ହରାଇ ୫୦ଫୁଟ ଖାତକୁ ଖସି ପଡିଥିଲା । ଗାଡିଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଗାଡି ଚାଳକ ଅଳ୍ପେକେ ବର୍ତ୍ତି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୂଯାୟୀ ବୁଧବାର ଦିନ ରାତି ୧୦ ଘଟିକା ସମୟରେ କେନ୍ଦୁଝର ସଙ୍କରପୁର ଠାରୁ ନରଣପୁର ଡୁବୁରୀ ରାସ୍ତା ଦେଇ OR02BA6225 ନମ୍ବର ନାମକ ମିନି ଟ୍ରକ ଗାଡିଟି ବୋଇତାଳୁ ବୋଝେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ କୁଆଝରଣ ଘାଟି ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ବ୍ୟାରିକେଟରେ ଧକ୍କା ଦେଇ ୫୦ଫୁଟ ଖାତକୁ ଗାଡିଟି ଖସିପଡିିଥିବା ଜଣାପଡିଛି । ଘଟଣା ସ୍ଥଳରେ ଗାଡିଟି ସମ୍ମୁର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଗାଡି ଚାଳକ ମାନସ ରଞ୍ଜନ ବେହେରା ଅଳ୍ପେକେ ବର୍ତ୍ତିଯାଇଛନ୍ତି ଅନ୍ୟପଟେ ୫୦ହଜାରରୁ ଉଦ୍ଧ୍ୱର୍ ଟଙ୍କାର ବୋଇତାଲୁ ନଷ୍ଟ ହୋଇଥିବା ଜଣାପଡିଛି । ଅଗ୍ନିଶ୍ରମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଚିଂ ଡ୍ରାଇଭରଙ୍କୁ ଉଦ୍ଧାର କରିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସଠିକ ଥିବା ଅଗ୍ନିଶ୍ରମ ବିଭାଗ ସୂଚନା ଦେଇଛନ୍ତି । ହରିଚନ୍ଦନପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here