ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଡିଜେ ଗାଡି, ଚାପି ହୋଇ ଜଣେ ମୃତ ୪ ଜଣ ଗୁରୁତର,

0
82

କେନ୍ଦୁଝର (ସଂଜୀବ ସାହୁ/ ଆଦ୍ୟାଶା ନ୍ୟୁଜ) : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଭୀମକୁଣ୍ଡ ରାସ୍ତାର ଏରେଣ୍ଡେଇ ବାଙ୍କ ନିକଟରେ କୈାଣସି କାରଣରୁ ଭାରସମ୍ୟ ହରାଇ ଡିଜେ ଗାଡି ରାସ୍ତା କଡରେ ଥିବା ବିଲ ଭିତରକୁ ଓଲଟି ପଡିଛି । ଫଳରେ ଗାଡ଼ିରେ ମଧ୍ୟରେ ଥିବା ଜଣେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁଯାୟୀ ଗାଡିଟି ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଗଡ଼ିଆ ଗ୍ରାମରୁ ବିବାହ ପାଇଁ ପାଟଣା ବ୍ଲକ ନୂଆଗାଁ ଗ୍ରାମ ଅଭିମୁଖେ ଯାଇଥିଲା । ସେଠାରୁ ବିବାହ ସାରି ସକାଳ ସମୟରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ଚକ୍ର ଶୁଣ୍ଢି ଓ ଗୁରୁତର ଥିବା ବୁଦ୍ଧିଆ ସାମାଡ଼, ସାମୁ ବାନ୍ଦ୍ରା, ଶିରିସ ଗାଗରାଇ, ରଘୁନାଥ ଲୋହାର ଗୁରୁତର ଆହତ ହୋଇଥିବାର ଜଣାପଡିଛି । ମୃତକ ଓ ଗୁରୁତର ଆହତ ହୋଇଥିବା ଲୋକମାନେ ପଣସଗଡିଆ ଗ୍ରାମର ବୋଲି ଜଣାପଡ଼ିଛି । ଘଟଣାର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଆହତଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ଆବଶ୍ୟକ ସ୍ଥଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଡ଼ଃ ଶୁଭେନ୍ଦୁ ସାଗର କୁମାର ନାଏକ ସୂଚନା ଦେଇଛନ୍ତି ।
ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here