ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୧୬ ଆହତ

0
136

କେନ୍ଦୁଝର(ଆଦ୍ୟାଶଲ ନିଉଜ):୫୨୦ ନମ୍ବର ଜାତୀୟ ରାଜପଥ କଣ୍ଡରା ଛକ ନିକଟରେ ‘ନନ୍ଦ ଟ୍ରାଭେଲ୍ସ’ର ଯାତ୍ରୀବାହୀ ବସ ‘ରଥଯାତ୍ରା’ ଭାରସାମ୍ୟ ହରାଇ ଓଲଟିବା ଫଳରେ ୧୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ବାସୁଦେବପୁର ମେଡିକାଲ ଓ ଚମ୍ପୁଆ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଉଛି । ଆଜି ସକାଳୁ ଓଆର ୦୯ ଏମ୍ ୩୫୧୧ ନମ୍ବର, ୩୨ ସିଟ୍ ବିଶିଷ୍ଟ ଏହି ଯାତ୍ରୀବାହୀ ବସ୍ ‘ରଥଯାତ୍ରା’, ଯାତ୍ରୀ ମାନଙ୍କୁ ନେଇ ବଲାଣୀ ଠାରୁ ଭାୟା ବଡ଼ବିଲ-ଯୋଡ଼ା ଦେଇ କରଞ୍ଜିଆ ଅଭିମୁଖେ ଯାଉଥିଲା ।ତେବେ ସମୟ ପାଖାପାଖି ସାଢ଼େ ୭ଟା ବେଳେ, ଯୋଡ଼ା ଥାନା କଣ୍ଡରା ଛକ ନିକଟରେ କରାଯାଇଥିବା ଡାଇଭରସନ ରୋଡରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ସଂଗେସଂଗେ ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ । ତେବେ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣା ପରେ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।ଆହତ ମାନେ ହେଲେ, ଶଶୀ ମହାନ୍ତ (କୁଲଡୁମ୍), ପରବିନ୍ ଖାତୁନ (ବଡ଼ବିଲ), ଏମ୍.ଡି.ଅଜିମ୍ (ବଡ଼ବିଲ), ଏମ୍. ଡି. ମଂଟୁ (ବଡ଼ବିଲ), ଏମ୍. ଡି. ଅସଲମ୍ (ବଡ଼ବିଲ), ସକେତ କୁମାର (ଜୁରୁଡ଼ି), ଶ୍ୟାମ୍ ଲାଲ୍ (ଜୁରୁଡ଼ି), ଗୌତମ ପାତ୍ର (ଜୁରୁଡ଼ି), ବୈଜୟନ୍ତୀ କାରୁଆ (ଯୋଡ଼ା), ଶିବାନୀ କାରୁଆ (ଯୋଡ଼ା), ମିନୀ ମୁଣ୍ଡା (କୃଷ୍ଣପୁର), ନରେନ୍ ମୁଣ୍ଡା, ବସ୍ ହେଲପର୍ (କୃଷ୍ଣପୁର), ଲିପୁ ବେହେରା (ବାଲିପଶି), ସ୍ନେହଲତା ଦଣ୍ଡପାଣି (ଚମ୍ପୁଆ), ନୟନା ମହାକୁଡ଼ ଓ ଲିପିକା ମହାନ୍ତ।

LEAVE A REPLY

Please enter your comment!
Please enter your name here