ଭାରସାମ୍ୟ ହରାଇ ଓଲଟିଲା ଅଟୋ

0
59

କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ| ନିଉଜ) :କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ନିକଟସ୍ଥ ହୁଣ୍ତୁଳା ୨୦ନମ୍ବର ଜାତୀୟ ରାଜପଥ ନିକଟରେ ଅଟୋ ଓଲଟି ପଡ଼ି ଅଟୋରେ ବସିଥିବା ପାଞ୍ଚଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।ସୂଚ଼ନା ଅନୁଯାୟୀ,ପର୍ଜନପୁର ଗ୍ରାମର ନିର୍ମଳ ପାତ୍ର ନାମକ (ଓଡ଼ିଜିର-୯ଏଲ୍-୫୦୦୧)ଅଟୋ ଚ଼ାଳକ ଜଣ ଙ୍କ ସେହି ଗାଁର ଲୋକ ମାନଙ୍କୁ ନେଇ କେନ୍ଦୁଝର କୁ କୈାଣସି କାର୍ଯ୍ୟରେ ଯାଇଥିଲେ।ସେମାନଙ୍କୁ ଘରକୁ ନେଇ ଫେରୁଥିବାବେଳେ ସନ୍ଧ୍ୟା୭ଟାରେ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା।ଜଗନ୍ନାଥପୁର ଗ୍ରାମର ବିଦ୍ୟାଧର ମହାନ୍ତ,ଯୁଧିଷ୍ଠିର ମହାନ୍ତ,ଦୁଇଜଣ ଜୁବକ ବାଇକରେ ସେହିରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଦେଖି ପଳାଶପଙ୍ଗା ପାଣ୍ତି ପୋଲିସ ଝୁମ୍ପୁରା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଉଭୟ ପହଞ୍ଚି ବନାଯୋଡ଼ି ୧୦୩୩ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ କେନ୍ଦୁଝର ମୁଖ୍ୟଚ଼ିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି।ଯାତ୍ରୀ ମାନଙ୍କର ପରିଚ଼ୟ ମିଳିନଥିବାବେଳେ ଜଣେ ବୃଦ୍ଧ ବ୍ୟକ୍ତି ଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।ଅଟୋ ଚ଼ାଳକ ଅଧିକ ମାତ୍ରାରେ ନିଶା ପି ଗାଡ଼ି ସମ୍ବାଳି ନପାରି ଭାରସାମ୍ୟ ହରାଇ ଅଟୋ ଓଲଟାଇ ଦେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here