ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସଂମିଳନୀ

0
75

ଦେବଗଡ଼ ( ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଶୁକ୍ରବାର ରାତ୍ର ୯ ଘଟିକା ସମୟରେ , ଦେବଗଡ଼ ଜିଲ୍ଲା ବି ଜେ ପି ପକ୍ଷରୁ ଏକ ସାମ୍ବାଦିକ ସଂମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସଂମିଳନୀ ରେ ଦେବଗଡ଼ ଜିଲ୍ଲା ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅଧକ୍ଷତା କରିଥିଲେ । ଦେବଗଡ଼ ଜିଲ୍ଲାର ଉର୍ଣତି ଓ ବିକାଶ ପାଇଁ ସାମ୍ବାଦିକ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ । ଦେବଗଡ଼ ଜିଲ୍ଲା କୁ ମରୁଡି ଘୋଷଣା , ରାସ୍ତା ପ୍ରଶସ୍ତି କରଣ ଯୋଗୁଁ ଦେବଗଡ଼ ବାସୀ ରାଜପଥ ରେ ଗମନାଗମନ କରିବା ସମୟ ରେ , ଧୂଳି , ଖାଲ ଖମାର ରେ ଯେଉଁ ଅସୁବିଧା ଭୋଗ କରୁଛନ୍ତି ସେ ବିଷୟରେ ଧ୍ୟାନଦେବା , ଦେବଗଡ଼ ର ଚାଷୀ ଉତ୍ପାଦିତ ଆମ୍ବ, ତରଭୁଜ , ଲିଚୁ , ଆଦି ଫଳ ମୂଳ , ତା ସହିତ ଦେବଗଡ଼ ଜିଲ୍ଲାର ଅନ୍ୟାନ୍ୟ ଉର୍ଣତି ନିମନ୍ତେ ଜିଲ୍ଲା ପାଳଙ୍କୁ ଜଣେଇବା ସହିତ , ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ର ଏକାନ୍ତ ସହଯୋଗ ଦରକାର ବୋଲି ସେ ସାମ୍ବାଦିକ ସଂମିଳନୀ ରେ ପ୍ରକାଶ କରିଥିଲେ । ଏତଦ ବ୍ୟତୀତ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଓ ରିଆମାଳ ଠାରେ ମେଗା ପ୍ରୋଜେକ୍ଟ ନିର୍ମିତ କରି ଚାଷ ଜମି ଓ ଲୋକଙ୍କ ପାନୀୟ ଜଳ ସଙ୍କଟ କୁ ଦୂର କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଦେବଗଡ଼ ଜିଲ୍ଲା ର ସ୍ବପ୍ନ ତାଳଚେର ବିମଳା ଗଡ଼ ରେଳ ପଥ ନିମନ୍ତେ କେନ୍ଦ୍ର ସରକାର ବାରମ୍ବାର ଅର୍ଥ ରାଶି ମଞ୍ଜୁର କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଇଚ୍ଛା ଶକ୍ତି କମଜୋର ଥିବାରୁ ତାଳଚେର ବିମଲାଗଡ଼ ରେଳ ପଥ ର ଜମି ଅଧିଗ୍ରହଣ ହୋଇ ପାରୁନଥିବାରୁ ରେଳପଥ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ । ଏହି ସଂମିଳନୀ ରେ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ନଗର ସଭାପତି ଶ୍ରୀ ରମଣୀ କାନ୍ତ ଦାସ , ମିଡ଼ିଆ ସେଲ ମୋତିଲାଲ ଶର୍ମା, ଟିଲୁ ପାଣି, ସରୋଜ ପାଢ଼ୀ ଙ୍କ ସମେତ ସମସ୍ତ ଜିଲ୍ଲା ସାମ୍ବାଦିକ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here