ଭାଇ ର ଟାଙ୍ଗିଆ ଚୋଟ ରେ ସାନ ଭାଇ ମୁତ;ଅଭିଯୁକ୍ତ ବଡ଼ଭାଇ ର ଥାନା ରେ ଆତ୍ମ ସମର୍ପଣ,

0
39

କେନ୍ଦୁଝର,(ସଂଜୀବ ସାହୁ / ଆଦ୍ୟାଶ| ନିଉଜ)କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଶାଗପାଲି ଗ୍ରାମର ସିନ୍ଧୁସାହି ରେ ଘଟିଛି ଅଭାବନୀୟ ଘଟଣା ଶାଗପାଳି ଗ୍ରାମର ସିନ୍ଧୁସାହି ର ମଧୁ ପାତ୍ର ଙ୍କ ବଡ ପୁଅ ଚୌଧୁରୀ ପାତ୍ର ଓ ସାନପୁଅ ଅଜୟ ପାତ୍ର ଙ୍କ ମଧ୍ୟରେ ବାରମ୍ୱାର ଗଣ୍ଡଗୋଳ ଲାଗି ରହୁଥିଲା।ପରେ ଏହା ଭୟାଭୟ ର ରୁପ ନେଇଥିଲା ବଡ ଭାଇ ଚୌଧୁରୀ ପାତ୍ର (୨୨) କୁ ସାନ ଭାଇ ଅଜୟ ପାତ୍ର (୧୭) କିଛି ଦିନ ପୁର୍ବରୁ ଆକ୍ରମଣ କରିଥିଲା ଏବଂ ଏଥିରେ ଚୌଧୁରୀ ଆଘାତ ହୋଇଥିଲେ।ପରେ ଏହା ଶତ୍ରୁତା ସାଜିବା ସହିତ ସାନ ଭାଇ ଅଜୟ କାଳେ ତାକୁଂ ଜୀବନ ରେ ମାରିଦେବ ଭୟ କରି ଆଜି ପ୍ରତିଶୋଧ ପରାୟଣ ହୋଇ ବଡ ଭାଇ ଚୌଧୁରୀ ପାତ୍ର ସାନ ଭାଇ ଅଜୟ ପାତ୍ର ଙ୍କ ଏକ ଟାଙ୍ଗିଆ ରେ ହାଣି ହତ୍ୟା କରିଥିଲେ। ଫଳରେ ଅଜୟ ଙ୍କ ରକ୍ତ ଜୁଡୁବୁଡୁ ହୋଇ ପ୍ରାଣ ହରାଇଥିଲେ।ପରେ ତାଙ୍କ ବାପା ମଧୁ ପାତ୍ର ସଂଧ୍ୟାରେ ନୟାକୋଟ ଥାନାକୁ ଆସି ଏତଲା ଦେଇ ଥିଲେ ପରେ କିଛି ସମୟ ପରେ ଅଭିଯୁକ୍ତ ଚୌଧୁରୀ ନୟାକୋଟ ଥାନାରେ ଆସି ଆତ୍ମ ସମର୍ପଣ କରିଥିଲା।ନୟାକୋଟ ଥାନା ଅଧିକାରୀ ବିଦେଶୀ ବାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here