ବୋଲେରୋ ଧକ୍କାରେ ଏଏସ୍‌ଆଇ ମୃତ

0
106

କେନ୍ଦୁଝର (ଆଲୋକ ମହନ୍ତ / ଆଦ୍ୟାଶା ନ୍ୟୁଜ ) ବାଇକ୍‌ରେ ଥାନାକୁ ଯାଉଥିଲା ବେଳେ ବୋଲେରୋ ଧକାରେ ଝୁମ୍ପୁରା ଥାନା ଏଏସଆଇ ମୃତ। ମୃତ ଏଏସ୍‌ଆଇଙ୍କ ନାଁ ମୋରିସ କୁଜୁର। ୨୦ ନମ୍ବର ଜାତୀୟ ରାଜପଥରେ ଝୁମ୍ପୁରା ବାଇପାସ୍ ନିକଟରେ ବୋଲେରୋଟି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଝୁମ୍ପୁରା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ପୁଲିସ୍ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here