ବୈତରଣୀରେ ବୁଡି ଯାଇ ଜଣେ ନିଖୋଜ, ୨୪ଘଣ୍ଟା ପରେବି ପତ୍ତା ମିଳୁନି

0
85

କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ| ନିଉଜ): ବୈତରଣୀ ନଦୀର ବରେଶ୍ୱର ଘାଟରେ ଗତକାଲି ଅପରାହ୍ନରେ ଜଣେ ବ୍ୟକ୍ତି ବୁଡିଯାଇ ନିଖୋଜ ହୋଇଛନ୍ତି। ଖବରରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ବରେଶ୍ୱର ଗ୍ରାମର ବୃନ୍ଦାବନ ବିଶ୍ୱାଳ (୫୨) ଗତକାଲି ଅପରାହ୍ନରେ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତାରୁ ସେ ନଦୀରେ ବୁଡିଯାଇଥିଲେ। ଖବର ଜଣାପଡିବାପରେ ହାଟଡିହି ଓ ଆନନ୍ଦପୁର ଦମକଳ ବିଭାଗର କର୍ମଚାରୀମାନେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା। ପୁନର୍ବାର ଆଜି ସକାଳୁ ଦମକଳ ବିଭାଗ ଓ ସ୍ଥାନୀୟ ଲୋକମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେବି ଏ ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିପାରି ନାହିଁ।

 

LEAVE A REPLY

Please enter your comment!
Please enter your name here