ବୈଜ୍ଞାନିକ ଶେଷ କିସାନଙ୍କୁ ସମ୍ବର୍ଦ୍ଧନା

0
53

ରେଢାଖୋଲ (ଆଦ୍ୟାଶା ନ୍ୟୁଜ/ କନ୍ଦର୍ପ ବେହେରା) -ମୋ ପାଇଁ ଅମୂଲ୍ୟ ସଂପଦ ସମ୍ବର୍ଦ୍ଧନା । ଜର୍ମାନୀ ହେଉଛି ଦ୍ୱିତୀୟ ପୃଥିବୀ । ଜର୍ମାନୀରେ ଏକ ବର୍ଷ ରହଣୀ ମଧ୍ୟରେ ମୁଁ ବହୁତ କିଛି ଶିଖିଛି ପାଇଛି ।ାସେଠାକାର ଲୋକମାନେ ଭେଦ ଭାବ ସବୁ ଭୂଲି ଯ।ଇ ସମସ୍ତ ମଣିଷକୁ ଭଲ ପାଆନ୍ତି । ସେଠାରେ ଶିକ୍ଷାର ମୁଲ୍ୟ କଣ ଲୋକମାନେ ଭଲ ଭାବରେ ବୁଝିପାରନ୍ତି । ମୋ ବାପା କହିଥିଲେ ତୁ ବଡ ହେଲେ ଲୋକମାନଙ୍କର ସେବା କରିବୁ ।ବାପା ଆଜି ନାହାନ୍ତି ସତ କିନ୍ତୁ ତାଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ମୁଁ ଆଜି ଲୋକ ମାନଙ୍କର ସେବା କରିବାକୁ ମନସ୍ଥ କରିଛି । ଆଉ ମୋର ପ୍ରଥମ ଦରମାରେ ଆମଗାଁ ବଲାସିଂହାର ଲୋକମାନଙ୍କୁ ପୁରୀ ବୁଲାଇ ନେବାର ଯେଉଁ ସ୍ୱପ୍ନ ଦେଖିଥିଲି ସେଇ ସ୍ୱପ୍ନ ଆଜି ସାକାର ହୋଇଛି । ଆସନ୍ତା ୭ ସେପ୍ଟେମ୍ବର ରେ ଗାଁ ଲୋକମାନଙ୍କୁ ପୁରୀ ବୁଲାଇ ନେଉଛି ବୋଲି \nରେଢାଖୋଲ ବଲାସିଂହା ଗ୍ରାମର ଯୁବ ବୈଜ୍ଞାନିକ ଶେଷ କିସାନ ପ୍ରକାଶ କରିଛନ୍ତି ।\n ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ରେଲେଓଷ୍ଟେସନ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଏଇ ସମ୍ବର୍ଦ୍ଧନାରେ ଉତର ଦେଇ ଜୀବନରେ ଘଟିଥିବା ତାଙ୍କ ଅକୁହା କଥା ତଥା ତାଙ୍କର ଗବେଷଣା ସଂପର୍କରେ ଦୀର୍ଘସମୟ ଧରି ବକ୍ତବ୍ୟ ରଖିଥିଲେ । ଭାରତ ଅପେକ୍ଷା ଜର୍ମାନୀରେ କେବଳ ସରକାରୀ ବିଦ୍ୟାଳୟ ରହିଛି । ପିଲାମାନେ ସେଠାରେ ଭଲ ପାଠପଢୁଛନ୍ତି । ଜର୍ମାନୀରେ ଚାକିରୀ ର ସୁବିଧା ବହୁତ ଭଲ । ସେଠାକର ଲୋକମାନଙ୍କ ଭାଷାକୁ ମୁଁ ଶୁଣିଥାଏ ।ସେଠାକାର ଲୋକମାନେ ଜର୍ମାନୀ ଭାଷାରେ ବେଶି କଥାବାର୍ତା କରୁଥିବା ବେଳେ ଇଂରାଜୀରେ ବହୁତ କମ୍ କଥାବାର୍ତା କରନ୍ତି । ।ମୋତେ ନୂଆ ନୂଆ ଅଡୁଆ ଲାଗୁଥିଲା । ମୁଁ ଜର୍ମାନୀରେ ଯେଉଁ ମାନଙ୍କୁ ପାଠ ପଢାଏ ସମସ୍ତେ ମୋ ଠାରୁ ୫/୬ ବର୍ଷରେ ବଡ । ମୁଁ ସେଠି ରିସର୍ଚ୍ଚ ଆସୋସିଏଟ୍ ଭାବରେ ଏକ ବର୍ଷର ରହଣି ମଧ୍ୟରେ ବହୁତ କିଛି ଶିଖିଛି ।ବର୍ଷକୁ ମୋତେ ୪୦ ଦିନ ଛୁଟି ମିଳିବାର ସୁବିଧା ରହିଛି । ଜର୍ମାନୀରେ ବିବାହ ପାଇଁ ପ୍ରସ୍ତାବ ଆସିଲେ ଆପଣ ସେଠାରେ ବିବାହ କରିବେ କି ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ବୈଜ୍ଞାନିକ କହିଥିଲେ ।ମୋ ପାଇଁ ପ୍ରସ୍ତାବ ଆସିଥିଲା ହେଲେ ପ୍ରସ୍ତାବ ଆଣିଥିବା ବ୍ୟକ୍ତିଙ୍କୁ ମୁଁ କହିଥିଲି ମୁଁ ବିବାହ କଲେ ମୋର ଧର୍ମପତ୍ନୀ ଭାରତରେ ରହିପାରିବତ ? ସମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନରେ ସେ କହିଥିଲେ ବୈଜ୍ଞାନିକ ହିସାବରେ ମୁଁ ଯଦି ମୋ ଅଂଚଳର ବିକାଶରେ ଲାଗି ନ ପାରେ ତେବେ ରାଜନୀତି କ୍ଷେତ୍ରରେ ଆସିଲେ କୈାଣସି ସମସ୍ୟା ନାହିଁ ।ତେବେ ସେ ସଂପର୍କରେ ଏବେଠୁ କହି ହେବନି ।କେବଳ ମୋର ଲକ୍ଷ୍ୟ ଆମ ଅଂଚଳର ଶିକ୍ଷା ,ମୋର ଗବେଷଣା ମୋଂଚଳର ବିକାଶ ହେଉ ।\n ଏହି ସମ୍ବର୍ଦ୍ଧନା ଦିବସରେ ସଂଘର ସଭାପତି ରମାକାନ୍ତ ମହାନନ୍ଦ ସଭାପତିତ୍ୱ କରିଥିବା ବେଳେ ସଂପାଦକ କନ୍ଦର୍ପ ବେହେରା ସ୍ୱାଗତ ଦେବାସହ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ବରି ସାମ୍ବାଦିକ ରବିନ୍ଦ୍ର ପ୍ରଧାନ , ଜୟନ୍ତ ଖଡିରତ୍ନ ,ଶଙ୍କର ପୃଷ୍ଟି ,ସରୋଜ୍ ପ୍ରଧାନ ,ପରୀକ୍ଷିତ ଦାସ୍ . ଯଶବନ୍ତ ନାରାୟନ ପ୍ରଧାନ । ମମତା ପାତ୍ର, ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here