ବୀରମିତ୍ରପୁର ରେ ପଥରରେ ଛେଚି ନିର୍ମମ ହତ୍ୟା

0
79

ରାଉରକେଲା(ଆଦ୍ୟାଶା ନ୍ୟୁଜ): ରାଉରକେଲା ବୀରମିତ୍ରପୁରରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ କବିବର ଜୟପୁରିଆ। ଗତକାଲି ବିଳମ୍ବିତ ରାତିରେ ବୀରମିତ୍ରପୁର ଡେଲି ମାର୍କେଟ୍‌ରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

କବିବର ବିଭିନ୍ନ ହୋଟେଲ୍‌କୁ ପାଣି ଯୋଗାଇ ଗୁଜରାଣ ମେଣ୍ଟାଉଥିଲେ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here