ବୀଣାପାଣି କ୍ଳବ ପକ୍ଷରୁ ଯସନ 5 ଅନୁଷ୍ଠିତ

0
133

ଦେବଗଡ଼ , (ରିପୋର୍ଟ ଆଲୋକ ପ୍ରସାଦ, ଆଦ୍ୟାଶା ନ୍ୟୁଜ) ଦେବଗଡ଼ ସହର ର ମହୁଲଢ଼ିପା ସାହିରେ , ପବିତ୍ର ଦୋଳପୁର୍ଣିମା ର ଶୁଭ

ଅବସର ରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି , ଯସନ 5 ରେକର୍ଡ ଡେନ୍ସ କାର୍ଯ୍ୟକ୍ରମ । ଏହି ରେକର୍ଡ ଡେନ୍ସ କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ୪୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୨୦ ଜଣ ପ୍ରତିଯୋଗୀଙ୍କୁ ବିଚାରପତି ମାନେ ଦ୍ୱିତୀୟ ରାଉଣ୍ଡ ପାଇଁ ମନୋନୀତ କରିଛନ୍ତି । ଦ୍ୱିତୀୟ ରାଉଣ୍ଡ ରେ ବା ଦ୍ୱିତୀୟ ଦିନରେ ଏହି କୋଡିଏ ଜଣ ପ୍ରତି ଯୋଗୀ ତାଙ୍କର ନୃତ୍ୟ ପରିବେଷଣ କରିବେ ଓ ବିଚାର ପତିଙ୍କ ପଚାଶ ଭାଗ ମୂଲ୍ୟାଙ୍କନ ଓ ଦର୍ଶକଙ୍କ ପଚାଶ ଭାଗ ମୂଲ୍ୟାଙ୍କନ ର ମିଳିତ ସଂଯୋଗ ରେ , ପ୍ରତିଯୋଗୀଙ୍କ ଭାଗ୍ୟ ରେ ଯସନ 5 ର ଶ୍ରେଷ୍ଠ ତିନିଜଣ ବିବେଚିତ ହେବେ । ଏହି କାର୍ଯ୍ୟକ୍ରମ ର ଉଡିଘୋଷକ ଥିଲେ ଶ୍ରୀ ପ୍ରୀତମ କୁମାର ବେହେରା , ବିଚାରପତି ଥିଲେ , ଡ଼ ଭାରତ ଭୂଷଣ ନନ୍ଦ , ଶ୍ରୀ ଜନ୍ମେଜୟ ନାଏକ ଓ ଚନ୍ଦନ ସାହୁ । ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ , ଚିନ୍ମୟ କୁମାର ଦାସ , ତନ୍ମୟ ଘୋଷ , କାର୍ତ୍ତିକ ମହାକୁଳ , ଅଟଳ ସ୍ୱାଇଁ , ବୁଧୁ ସାହୁ , ବାପୁନ ମୁଦୁଲି , ଟିକେଶ୍ୱର ଗୁରୁ ଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟ କର୍ତ୍ତା ।

LEAVE A REPLY

Please enter your comment!
Please enter your name here