ବି ଜେ ପି , ଦେବଗଡ଼ ପକ୍ଷରୁ , ସାମ୍ବାଦିକ ସଂମିଳନୀ

0
151

ଦେବଗଡ଼, ( ରିପୋର୍ଟ , ଆଲୋକ ପ୍ରସାଦ , ଆଦ୍ୟାଶା ନ୍ୟୁଜ) ଆଜି ଦିବା ୧୨ଘଟିକା ସମୟରେ , ଦେବଗଡ଼ ଜିଲ୍ଲା ବି ଜେ ପି ବିଧାୟକ ପ୍ରାର୍ଥୀ , ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଙ୍କ ବାସ ଭବନରେ , ଏକ ସାମ୍ବାଦିକ ସଂମିଳନୀ ଅନୁଷ୍ଠିତ ହେଇଯାଇଛି । ଏହି ସାମ୍ବାଦିକ ସଂମିଳନୀ ରେ ଶ୍ରୀ ପାଣିଗ୍ରାହୀ , ଆଗାମୀ ୨ ତାରିଖ ଦିନ , ଦେବଗଡ଼ ଜିଲ୍ଲା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ , ପ୍ରାର୍ଥୀ ପତ୍ର ଦାଖଲ କରିବେ , ଏହି ପ୍ରାର୍ଥୀ ପତ୍ର ଦାଖଲ ଶୋଭା ଯାତ୍ରା , ପୁରୁଣାଗଡ଼ ଜଗରନାଥ ମନ୍ଦିର ରୁ ବାହାରି , ସହର ପରିକ୍ରମା କରି , ଶେଷରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିବ ବୋଲି , ସାମ୍ବାଦିକ ଗଣ ଙ୍କୁ ଜଣେଇଥିଲେ । ଏହା ଛଡା ଶ୍ରୀ ପାଣିଗ୍ରାହୀ, ବିଧାୟକ ନିର୍ବାଚିତ ହେଲେ , ଦେବଗଡ଼ ଜିଲ୍ଲାର ତାଳଚେର ବିମଳାଗଡ଼ ରେଳ ପଥ , ଶିକ୍ଷା, ସ୍ୱାସ୍ଥ୍ୟ , ଓ ରେଙ୍ଗାଲି ନଦୀ ବୁଡି ର ବିସ୍ଥାପିତଙ୍କ ଥଇଥାନ ବା କ୍ଷତିପୂରଣ ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସଂମିଳନୀ ରେ ମିଡ଼ିଆ ସେଲ ମୋତି ଲାଲ ଶର୍ମା , ଧରଣୀଧର ସାହୁ , ଜିଲ୍ଲା ସାଧାରଣ ସମ୍ପାଦକ ବିଜେପି , ଙ୍କ ସହିତ ଅନ୍ୟାନ୍ୟ କର୍ମୀଗଣ ଉପସ୍ଥିତ ଥିଲେ ।
Quick Reply

LEAVE A REPLY

Please enter your comment!
Please enter your name here