ବି ଜେ ଡି କୁ ଘାରିଛି ସାମ୍ବାଦିକ ଭୟ !!!

0
75

ଦେବଗଡ଼- (ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ )ଦେବଗଡ଼ ଗଳି କନ୍ଦିରେ ଚର୍ଚ୍ଚା , ବି ଜେ ଡି କୁ ଘାରିଛି ସାମ୍ବାଦିକ ଭୟ । ଆଜି ଦେବଗଡ଼ କୁ ଆସିଛନ୍ତି , ନୂତନ ଭାବରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇଥିବା ଶ୍ରୀ ନଳିନୀକାନ୍ତ ପ୍ରଧାନ ମୋହଦୟ । ଏବେ ଦେବଗଡ଼ରେ କହିବାକୁ ଗଲେ ପୋୖରାଞ୍ଚଳ ଅଧୀନରେ ତୃତୀୟ ଓ ସମଗ୍ର ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଛି ବି ଜେ ଡି ର ସ୍ଥିତି । ଗତ ସାଧାରଣ ନିର୍ବାଚନରେ ଦେବଗଡ଼ ପୋୖରାଞ୍ଚଳ ରେ ବିଜେପି ଏକ ନୋ ସ୍ଥାନ ଅଧିକାର କରିଥିବା ବେଳେ , କଂଗ୍ରେସ ଦଳ ଦ୍ୱିତୀୟ ଓ ବିଜେଡି ତୃତୀୟ ସ୍ଥାନ ଅଧିକାର କରିଥିଲା ଓ ଏହାର ମୁଖ୍ୟ କାରଣ ଥିଲା ଗୋଷ୍ଠୀ କନ୍ଦଳ । ଏବେ ବି ବିଜେଡି ରେ ମୋଟା ମୋଟି ଭାବେ କହିବାକୁ ଗଲେ ସେହିଭଳି ଅବସ୍ଥା ପରିଲିଖିତ ହୁଏ । ବିଜେଡି ଦଳ ର କେହି ନେତା କି ମନ୍ତ୍ରୀ ଯଦିବା କ୍ଵଚିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭୟ ରେ ଦେବଗଡ଼ କୁ ଆସୁଛନ୍ତି ହେଲେ , ସାମ୍ବାଦିକଙ୍କୁ ସାମ୍ନା କରିବାର ସତ ସାହସ ହେଉନଥିବା ଦେଖିବାକୁ ମିଳିଛି । ଉଦାହରଣ ସ୍ୱରୂପ ଗତ ଅଗଷ୍ଟ ୩୧ ତାରିଖ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମର୍ଲିକ ଦେବଗଡ଼ ଗସ୍ତ କରିଥିଲେ , ଏବଂ ସେ ସ୍ଥାନୀୟ ସର୍କିଟ ହାଉସ ରେ ବିଶ୍ରାମ ରତ ଥିବା ସମୟରେ ସାମ୍ବାଦିକ ସଂମିଳନୀ ପାଇଁ , ବିଜେଡି ର ଯୁବ ସଦସ୍ୟ ଶ୍ରୀ ବିଷ୍ଣୁ ପ୍ରସାଦ ଅମାତ୍ୟ ଙ୍କୁ ଫୋନ ମାଧ୍ୟମ ରେ ଯୋଗାଯୋଗ କରି ସାମ୍ବାଦିକଙ୍କୁ ସୂଚନା ଦେବାପାଇଁ ଅନୁମତି ଦେଇଥିଲେ , ହେଲେ କେଇ ସମୟ ଯାଇଛି କି ନାହିଁ ମନ୍ତ୍ରୀ ମୋହଦୟ ରାଜଧାନୀ ଭୁବନେଶ୍ୱର ରୁ ଜରୁରୀ ବାର୍ତା ଆସିଲା କହି ଦେବଗଡ଼ ଛାଡ଼ି ଚାଲିଯାଇଥିଲେ । ଆଜି ପୁଣିଥରେ ସେହି ଘଟଣାର ପୁନରାବୃତ୍ତି ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଆଜି ପର୍ଯ୍ୟବେକ୍ଷକ ନଳିନୀ ବାବୁଙ୍କ ଆଗମନ ବିଷୟରେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ , ଶ୍ରୀ ବିଷ୍ଣୁ ପ୍ରସାଦ ଅମାତ୍ୟ , ଏବଂ ସେ ଏଇଆ ସୂଚନା ଦେଇଥିଲେ ଯେ ଅପରାହ୍ନ ଚାରି ଘଟିକା ସମୟରେ ଦେବଗଡ଼ ରୋନକ ପ୍ଲାଜା ହୋଟେଲରେ ଏକ ସଭା ହେବ ଓ ଆପଣ ମାନେ ଆସିବେ , ଏ ବାବଦରେ ସୂଚନା ପାଇ ସାମ୍ବାଦିକ ବନ୍ଧୁମାନେ ସଭାକୁ ପହଂଚିଥିବାବେଳେ , ହଟାତ ସେହି ବିଜେଡି ଦଳ ର ପୂର୍ବତନ ବିଧାୟକଙ୍କ ଭାଇ ଶ୍ରୀ ସୁଜିତ ପ୍ରଧାନ ଆମର ଜଣେ ସାମ୍ବାଦିକ ବନ୍ଧୁଙ୍କୁ ଡାକି କହିଲେ , ଏ ସଭାରେ ଆପଣ ମାନଙ୍କ ଡକାଯାଇନାହିଁ , ଆପଣ ମାନେ ଯାଆନ୍ତୁ ବୋଲି । ଏଣୁ ଏ ସବୁ କଥାକୁ ଅନୁଧ୍ୟାନ କରିଲେ ସ୍ପଷ୍ଟ ଅନୁମେୟ ହୁଏ ଦେବଗଡ଼ରେ ବିଜେଡି ଦୁଇଫାଳ କିମ୍ବା ବିଜେଡି କୁ ଘାରିଛି ସାମ୍ବାଦିକ ଭୟ ।

LEAVE A REPLY

Please enter your comment!
Please enter your name here