ବିହାର ରେ ମସ୍ତିସ୍କ ଜ୍ୱର ରେ ଗଲାଣି ୮୪ ଶିଶୁଙ୍କ ଜୀବନ

0
60

ପାଟନା -: ବିହାରରେ ଘାତକ ସାଜିଛି ମସ୍ତିସ୍କଜ୍ୱର। ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗରେ ଏପର୍ଯ୍ୟନ୍ତ ୮୪ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଉଦବେଗଜନକ ଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ଦୁଇ ହସ୍ପିଟାଲକୁ ପରିଦର୍ଶନରେ ଯାଇଛନ୍ତି। ମୁଜାଫରପୁରସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସକେଏମସିଏଚ)ରେ ଅନୂନ ୬୦ ଏବଂ କେଜ୍ରିଓ୍ବାଲ ହସ୍ପିଟାଲରେ ୧୧ ଶିଶୁ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସିଭିଲ ସର୍ଜନ ଡାକ୍ତର ଶୈଳେଶ ପ୍ରସାଦ ସିଂ ଶନିବାର ସୂଚନା ଦେଇଛନ୍ତି। ଜୁନ ୧ରୁ ୧୭୮ ଶିଶୁ ଏସକେଏମସିଏଚରେ ଏବଂ ୭୨ ଶିଶୁ କେଜ୍ରିଓ୍ବାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମସ୍ତିଷ୍କଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ସରକାରୀ ସ୍ତରରେ ମୃତ୍ୟୁସଂଖ୍ୟା ୬୯ ବୋଲି ଘୋଷଣା କରାଯାଇଥିଲେ ହେଁ ପ୍ରକୃତରେ ୮୪ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଆଉ କେତେଜଣ ଶିଶୁ ଗାଁରେ ପ୍ରାଣ ହରାଇବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here