ବିପଦ ସଂକୁଳ ଅବସ୍ଥାରେ ଲୋକେ ପାରି ହେଉଛନ୍ତି ଗୋହିରା ନାଳ

0
68

ଦେବଗଡ଼ ( ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୨୦ କିମି ଦୂରରେ ରହିଛି ତିଳେଇବଣୀ ବ୍ଲକ ଅଧିନସ୍ଥ କଦମଦରହ ଗ୍ରାମ । ଏହି ଗ୍ରାମ ସହିତ , ଜନାର୍ଦନ ପାଲି( ସୁଳିଆ) , ପୁରୁଣା କଦମଦରହ , ସାତ ଗଳି ଆଦି ଗ୍ରାମ ଗୁଡିକ ନିର୍ଭର କରନ୍ତି ଛେପଲି ପାଲି ଗ୍ରାମପଞ୍ଚାୟତ ଉପରେ । ଏହି ସବୁ ଗ୍ରାମରୁ ଛେପଲିପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କୁ ଦୂରତା ୧୦ ରୁ ୧୫ କିମି । ଏହି ୧୦ ରୁ ୧୫ କିମି ଦୂରତା ମଧ୍ୟରେ ଯୋଗାଯୋଗ ର ମୁଖ୍ୟ ପ୍ରତିବନ୍ଧକ ସାଜିଛି ଗୋହିରା ନାଳ । ଏହି ଗୋହିରା ନାଳ ରେ ଅସରାଏ ବର୍ଷା ହେଇଗଲେ ପ୍ରବାହିତ ହୁଏ ୩ ରୁ ୪ ଫୁଟ ଗହୀର ର ପାଣି । ଏହି ନାଳ ରେ ବିପଦ ସଂକୁଳ ଅବସ୍ଥାରେ ପ୍ରବାହିତ ହେଉଥିବା ଜଳ କୁ ଖାତିର ନ କରି , ଉକ୍ତ ପ୍ରଦତ୍ତ ଗ୍ରାମ ଗୁଡିକ ର ଲୋକେ ସରକାରୀ ଚାଉଳ ଟିକକ ପାଇଁ ଧାଇଁ ଆସନ୍ତି ସୁଦୁର ଛେପଲି ପାଲି ଗ୍ରାମପଂଚାୟତ କୁ । ସେ ଯାହା ହେଉ ସରକାର ଲୋକଙ୍କ ଦୁଃଖ କୁ ହୃଦୟଙ୍ଗମ କରି ଉକ୍ତ ନାଳ ଉପରେ ପୋଲ ଟିଏ ତିଆରି ପାଇଁ ଅଣ୍ଟା ଭିଡିଛନ୍ତି । କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଉକ୍ତ ପୋଲ ନିର୍ମାଣ ପାଇଁ ଅଢେଇ ବର୍ଷ ପାଖା ପାଖି ଲାଗିଯାଇଥିଲେ ବି ଅସମ୍ପୂର୍ଣ୍ଣ ହୋଇ କାମ ଚାଲୁ ରହିଛି ଉକ୍ତ ପୋଲର । ଏହି ପୋଲ କୁ ସ୍ଥାନୀୟ ଦେବଗଡ଼ ପୋୖରାଞ୍ଚଳ ର ତୁଳସୀ କଂଷ୍ଟ୍ରକସନ ନାମ କ ଏକ ଘରୋଇସଂସ୍ଥା ନିର୍ମାଣ କରୁଛନ୍ତି । ଯାହାଫଳରେ ଚାରୋଟି ଗ୍ରାମ ର ଅଧିବାସୀ ନାନାଦି ଦୁର୍ଦ୍ଦଶା ମଧ୍ୟରେ ନିଜର ପେଟ ଚାଖଣ୍ଡକ ପାଳୁଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଉକ୍ତ ପୋଲ କାମ କୁ ଶିଘ୍ରସମ୍ପୁର୍ଣ କରିବାପାଇଁ ସାଧାରଣ ରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here