ବିପଦ ସଂକୁଳ ଅବସ୍ଥାରେ ଲାଖିରହିଛି ବିଜୁଳି ଖୁଣ୍ଟ , ବିଜୁଳି ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ !

0
102

ଦେବଗଡ଼ ( ରିପୋର୍ଟ ଆଲୋକ ପ୍ରସାଦ , ଆଦ୍ୟାଶା ନ୍ୟୁଜ) – ଦେବଗଡ଼ ସହର ର ପ୍ରମୁଖ ଛକ ମାନଙ୍କ ମଧ୍ୟରୁ କାର୍ଗିଲ ଛକ ଗୋଟିଏ । ଏହି ଛକ ର ୪୯ ନମ୍ବର ଜାତୀୟ ରାଜପଥ ର ଦୁଇ ପାର୍ଶ୍ଵରେ ବିଭିର୍ଣ ଘରୋଇ ବ୍ୟବସାୟିକ ଦୋକାନ ଘର ସବୁ ଗଢିଉଠିଛି । ଏହି ଦୋକାନ ଘର ସଂମୁଖ ଭାଗ ଦେଇ ବିଜୁଳି ଖୁଣ୍ଟ ସବୁ ଲଗା ଯାଇଛି ଯୋଉ ଖୁଣ୍ଟରେ କି ୩୩ ,କେଭି ବିଜୁଳି ତାର ସଂଯୋଗୀ କରଣ କରା ଯାଇଅଛି । ପ୍ରାୟ ଦୀର୍ଘ ମାସ ହେବ ସେହି କାର୍ଗିଲ ଛକ ରେ ଥିବା ଏକ ଗହଣା ଦୋକାନ ର ସଂମୁଖ ଭାଗରେଥିବା ବିଜୁଳି ଖୁଣ୍ଟ ଦୁଇଟିକୁ ( ଗୋଟିଏ କଂକ୍ରିଟ , ଲୌହ ନିର୍ମିତ) ଟ୍ରକ ଧକ୍କା ଦେବଫଳରେ ବିଜୁଳି ଖୁଣ୍ଟ ରୁ ଗୋଟିଏ ଭଗ୍ନ ଅବସ୍ଥାରେ ପାଖରେ ଥିବା ଏକ କୋଠାର ଆଶ୍ରା ନେଇ ଲାଖି ରହିଥିବା ବେଳେ ଅନ୍ୟ ଲୌହ ଖୁଣ୍ଟଟି ବାଙ୍କୀ ଯାଇ ସେ ମଧ୍ୟ ବିପଦାଵସ୍ଥାରେ ରହିଛି । ଏବଂ ଯେ କୌଣସି ମୁହୂର୍ତ୍ତରେ ଏହା ଖସି ପଡି ଧନ ଜୀବନ ହାନି କରିବାର ଆଶଙ୍କା ଥିବାରୁ ସ୍ଥାନୀୟ ଜନତା ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏ ବାବଦରେ ବାରମ୍ବାର ସ୍ଥାନୀୟ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଦୃଷ୍ଟି କୁ ଆଣିଥିଲେ ବି କିଛି ସୁଫଳ ମିଳିପାରି ନାହିଁ । ଯାହା ଫଳରେ ଆଗାମୀ ଭବିଷ୍ୟତରେ ଯଦି କିଛି ଦୁର୍ଘଟଣା ଘଟେ ତା ହେଲେ ବିଦ୍ୟୁତ ବିଭାଗ କି ଜିଲ୍ଲା ପ୍ରଶାସନ ଦାୟୀ ରହିବେକି ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା । ସବୁ ଜାଣିଶୁଣି ବିଦ୍ୟୁତବିଭାଗ ନିରବ ରହୁଥିବାରୁ , କୁମ୍ଭକର୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here