ବିଦ୍ୟୁତ ସର୍ଟ ସର୍କିଟ ରୁ ଦୋକାନ ରେ ଲାଗିଲା ନିଆଁ , ଦୁଇ ଲକ୍ଷ ରୁ ଅଧିକ ମୂଲ୍ୟର ସମ୍ପତି ପୋଡି ନଷ୍ଟ

0
63

ଦେବଗଡ଼/ ବଳମ / (ଆଦ୍ୟାଶା ନ୍ୟୁଜ / ଆଲୋକ ପ୍ରସାଦ )ଦେବଗଡ଼ ଜିଲ୍ଲା ସଦର ମହକୁମା ଠାରୁ ୧୫ କିମି ଦୂର ରେ ରହିଛି ବଳମ ଗ୍ରାମ । ଏହି ଗ୍ରାମ ରେ , ସୁଦୂର ପଡୋଶୀ ରାଜ୍ୟ ଝାରଖଣ୍ଡ ରୁ ଆସି , ଏମ ଡି ତଜମୁଲ ଅଂସାରି ନାମକ ଜଣେ ବ୍ୟକ୍ତି , ଏକ ବେଗ ସିଲେଇ ଓ ବିକ୍ରି କରିବା ସହିତ ମୋବାଇଲ ରିପାଇରିଂ ଦୋକାନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଆଜି (୧୮/୧୦/୧୯) ଶୁକ୍ରବାର ଭୋର ତିନି ଘଟିକା ସମୟ ରେ ଉକ୍ତ ବେଗ ଦୋକାନ ରେ ନିଆଁ ଲାଗି ଧୂଆଁ ଉଠୁଥିବାର ଦୃଶ୍ୟ ସକାଳ ଭ୍ରମଣ ରେ ଯାଉଥିବା କିଛି ସ୍ଥାନୀୟ ଯୁବକ ଏହି ଘଟଣା କୁ ଦେଖି , ଅଗ୍ନି ସମ ବିଭାଗ କୁ ଫୋନ ମାଧ୍ୟମରେ ଜଣେଇଥିଲେବି , ଅଗ୍ନି ସମ ବିଭାଗ ର କେହି କର୍ମଚାରୀ ଫୋନ ଉଠେଇନ ଥିଲେ । ଯାହା ଫଳରେ ସ୍ଥାନୀୟ ବାସିନ୍ଦା ଓ ଯୁବକ ମାନେ ମିଶି ନିଆଁ କୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ବହୁତ ଡେରିହୋଇସାରିଥିଲା । ନିଆଁ ରେ ପୋଡି ପ୍ରାୟ ୨ଲକ୍ଷ ଟଙ୍କାର ଆନୁମାନିକ ମୂଲ୍ୟ ର ସମ୍ପତି ପୋଡି ନଷ୍ଟ ହୋଇଯାଇଥିବା ଦୋକାନୀ ଏମ ଡ଼ି ତଜମୁଲ ଅଂସାରି ଦୁଃଖ ରେ ଭାଙ୍ଗିପଡି ପ୍ରକାଶ କରିଛନ୍ତି । ଏହା ଦ୍ୱାରା ତାଙ୍କର ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି ବୋଲି ମଧ୍ୟ ସେ କହିଛନ୍ତି । ଏକଥା ମଧ୍ୟ ପ୍ରକାଶ ଥାଉ କି ଅଗ୍ନିଶମ ବିଭାଗ ର ଅବହେଳା ଯୋଗୁଁ ତାଙ୍କର ଅଧିକ କ୍ଷୟ କ୍ଷତି ଘଟିଛି ବୋଲି ସେ ପ୍ରକାଶ କରିଛନ୍ତି । ସେ ଗରିବ ଥିବାରୁ ଜିଲ୍ଲା ପ୍ରଶାସନ ତାଙ୍କ ଉପରେ ଯଦି କିଛି ଅନୁକମ୍ପା ଦେଖାନ୍ତି ତେବେ ସେ ଉପକୃତ ହୋଇପାରନ୍ତି ବୋଲି କହିଛନ୍ତି । ଏ ବିଷୟରେ କଣ୍ଢଲ ପଂଚାୟତ ର ସରପଞ୍ଚ ବିରଞ୍ଚି ନାରାୟଣ ବେହେରାଙ୍କ ଆଗୋଚର ରେ ସ୍ଥାନୀୟ ଆର ଆଇ ଙ୍କୁ କ୍ଷୟ କ୍ଷତି ର ଆକଳନ ପାଇଁ ଲିଖିତ ଆକାର ରେ ଜଣେଇ ଦିଆଯାଇ ଅଛି । ଏହା ବିଦ୍ୟୁତ ସର୍ଟ ସର୍କିଟ ରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଅଛି ।

LEAVE A REPLY

Please enter your comment!
Please enter your name here